ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ । ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ ।
ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ ଆସିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଛାତ୍ରୀଙ୍କ ସହ କଲେଜ ନ ଆସିବା ପାଇଁ ଉକ୍ତ ଛାତ୍ରମାନେ ତାଙ୍କୁ ଧମକ ଦେଇଥିଲେ । ଏପରିକି ପୂର୍ବରୁ ରାସ୍ତାରେ ଅଟକାଇ ଧମକଚମକ ଦେଇଥିଲେ ।
ହେଲେ ଛାତ୍ରଜଣକ ନ ଶୁଣିବାରୁ ଗତକାଲି କଲେଜରେ ତାଙ୍କୁ ମିଳିତ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ । ଏ ନେଇ ଛାତ୍ରୀ ଜଣକ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣା ରାଗିଂ ନୁହେଁ ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
>
Comments are closed.