Latest Odisha News

BREAKING NEWS

ସୋଆ ବିଶ୍ଵବିଦ୍ୟାଳୟରେ 5ଜି ଲ୍ୟାବ ତିଆରି ହେବ

ଭୁବନେଶ୍ୱର: ଏସଟିପିଆଇ ଦ୍ୱାରା ରାଜ୍ୟର ୮ଟି ଜାଗାରେ ହେବ ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଯାଜପୁର, ସମ୍ବଲପୁରରେ ତିଆରି ହେବ ଏହି ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଡିସେମ୍ବର ୩୧ ୨୦୨୩ ସୁଦ୍ଧା କାମ ସାରିବା ପାଇଁ ଟାର୍ଗେଟ ରହିଛି। କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ଓଡିଶାରେ ଆଇଟି ଶିଳ୍ପର ବିକାଶ କରିବା ପାଇଁ ଏସଟିପିଆଇ ମାଧ୍ୟମରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଓଡିଶାରେ ମଧ୍ଯ ୫ଐ ସମ୍ବନ୍ଧୀୟ ଉପକରଣ  ଏଠାରେ ଉତ୍ପାଦନ ହୋଇପାରିବ। ସେଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସାହାଯ୍ୟ ଯୋଗାଇଦେଲେ ଶୀଘ୍ର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଯୁବକମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଭିତ୍ତିଭୂମି ଆବଶ୍ୟକ। ସେଥିପାଇଁ ସୋଆ ବିଶ୍ଵବିଦ୍ୟାଳୟରେ ୫ଐ ଲ୍ୟାବ ତିଆରି ହେବ। ଏ ନେଇ ଏମଓୟୁ ବା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଲ୍ୟାବରେ ଯୁବକ ଯୁବତୀ ତାଲିମ ନେଇ ପାଇବେ। ପ୍ରତି ଗାଁକୁ ଫାଇବର୍ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ଏଥିପାଇଁ ୧ ହାଜର ୮୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ପ୍ରତି ସ୍କୁଲରେ ନୂଆ ଟେକ୍ନୋଲଜି ମିଳିପାରିବ। ଏଥିପାଇଁ ଜମି ଦରକାର, ରାଜ୍ୟ ସରକାରଙ୍କ ସହଯୋଗ ଦରକାର ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

 

Leave A Reply

Your email address will not be published.