ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ନିକଟରୁ ଜବତ ହୋଇଛି ୬୦ଟି ମୋବାଇଲ । ୯ ବାଇକ, ୩୦ଟି ଲାପଟପ ଓ ସୁନା ଗହଣା । ରାଜଧାନୀର ବିଭିନ୍ନ ଅଞ୍ଚଳରେ ସେମାନେ ଡକାୟତି ଓ ଲୁଟ୍ କରୁଥିଲେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବିସ୍ତୃତ ସୂଚନା ମିଳି ନାହିଁ ।
Comments are closed.