Latest Odisha News

BREAKING NEWS

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଅମିତ ଶାହ, ୟେଦିୟୁରପ୍ପାଙ୍କ ପରେ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି, ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କରୋନା ସଂକ୍ରମିତ । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି କାର୍ତ୍ତି । ସେ ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କାର୍ତ୍ତି ଚିଦାମ୍ବରମଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଡାକ୍ତରଙ୍କ ପରାମର୍ଶରେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ କ୍ୱାରେଣ୍ଟାଇନରେ ରହିବା ସହ ନମୁନା ପରୀକ୍ଷା ପାଇଁ ନିବେଦନ କରିଛନ୍ତି କାର୍ତ୍ତି ।

Leave A Reply

Your email address will not be published.