ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ। ଏଥିଲାଗି ରାଜଧାନୀରେ କମିଶନରେଟ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ। ବିଭିନ୍ନ ଛକରେ ପୋଲିସର ଛାପା। ଚେକିଂ ଓ ବ୍ଲକିଂକୁ ବ୍ୟାପକ କରିଛି କମିଶନରେଟ ପୋଲିସ। ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ତରଫରୁ “ସେଫ୍ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ କ୍ରମରେ ଆଗକୁ ଆସୁଥିବା ପାର୍ବଣ ମହୋତ୍ସବକୁ ଲକ୍ଷ କରି ସହରାଞ୍ଚଳ ପୋଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲିଂକୁ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ଏହି କ୍ରମରେ ସମ୍ପୃକ୍ତ ଥାନାର ଅଫିସର ଏବଂ ସେମାନଙ୍କ ସହିତ ଗୋଟିଏ ସେକ୍ସନ ଫୋର୍ସ, ସମ୍ପୃକ୍ତ ଥାନାର ବିଭିନ୍ନ ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ ଆଡା ଏବଂ ଯାନବାହାନ ଚେକିଙ୍ଗ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି।
ଏହା ସହିତ ଆବଶ୍ୟକ ସ୍ଥଳେ ଜୋରିମନା ମଧ୍ୟ ଆଦାୟ କରାଯାଉଛି। ପାର୍ବଣ ମହୋତ୍ସବକୁ ଆଖିଆଗରେ ରଖି ଭୁବନେଶ୍ଵର ସହରାଞ୍ଚଳ ପୋଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରି ରହିବ। ସର୍ବସଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଅଭିଯୋଗରେ ୬୫ ଜଣଙ୍କଠାରୁ ୩୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ସର୍ବସାଧାରଣରେ ଧୂମପାନ କରୁଥିବା ଅଭିଯୋଗରେ ୩ ଜଣ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଣଙ୍କ ନିକଟରୁ ୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
Comments are closed.