Latest Odisha News

BREAKING NEWS

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ ‘ଭାରତ’ କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି।

ପ୍ୟାନେଲର ଅନ୍ୟତମ ସଦସ୍ୟ ସିଆଇ ଆଇଜାକ୍ କହିଛନ୍ତି ଯେ ଆଗାମୀ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ନାମ ପରିବର୍ତ୍ତେ ଭାରତ ହେବ। ଏ ନେଇ ଏକ ପ୍ରସ୍ତାବ ଏନସିଇଆରଟି ପ୍ୟାନେଲକୁ ପଠାଯାଇଥିଲା। ଯାହାକୁ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ଆଗକୁ ଆସିବାକୁ ଥିବା ସବୁ ବହିରେ ଇଣ୍ଡିଆ ନାମ ହଟାଇ ସେହି ସ୍ଥାନରେ ଭାରତ ଉଲ୍ଲେଖ କରାଯିବ ବୋଲି ଏନସିଇଆରଟି କହିଛି। ପାଠ୍ୟ ପୁସ୍ତକରେ ଆନସିଏଣ୍ଟ ହିଷ୍ଟ୍ରି ବା ‘ପ୍ରାଚୀନ ଇତିହାସ’ ସ୍ଥାନରେ କ୍ଲାସିକାଲ ହିଷ୍ଟ୍ରି ‘ଶାସ୍ତ୍ରୀୟ ଇତିହାସ’ ଅନ୍ତର୍ଭୁକ୍ତ କରିବାକୁ କମିଟି ସୁପାରିଶ କରିଛି। ସେହିପରି ହିନ୍ଦୁଙ୍କ ବିଜୟକୁ ମଧ୍ୟ ପୁସ୍ତକରେ ହାଇଲାଇଟ କରାଯିବ ବୋଲି ସମିତି ପ୍ରସ୍ତାବ ଦେଇଛି।

ଆଇଜାକ୍ କହିଛନ୍ତି ଯେ ବାସ୍ତବରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ୧୭୫୭ ର ପ୍ଲାସି ଯୁଦ୍ଧ ପରେ ଭାରତ ଶବ୍ଦ ସାଧାରଣତଃ ବ୍ୟବହୃତ ହେବାକୁ ଲାଗିଲା। ଭରତ ଶବ୍ଦ ବିଷ୍ଣୁ ପୁରାଣ ପରି ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି, ଯାହାକି ୭ ହଜାର ବର୍ଷ ପୁରୁଣା। ଏଭଳି ପରିସ୍ଥିତିରେ କମିଟି ସର୍ବସମ୍ମତି କ୍ରମେ ଭାରତର ନାମ ସବୁ ଶ୍ରେଣୀର ପୁସ୍ତକରେ ବ୍ୟବହାର କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି।

ସମସ୍ତ ବିଷୟର ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ୍) ର ପରିଚୟ ଏବଂ ନୂତନ ପରିବର୍ତ୍ତନର ଏକ ଅଂଶ। ସୂଚନା​‌ଯୋଗ୍ୟ, ‘ଭାରତ’ ବନାମ ‘ଇଣ୍ଡିଆ’​‌ ନେଇ ବିତର୍କ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର ପକ୍ଷରୁ ‘‌ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାଁରେ ପଠାଯାଇଥିଲା। ଯେତେବେଳେ ଏହା ପଛର କାରଣ ବିଷୟରେ ପଚରାଗଲା, ଭାରତ ସରକାରଙ୍କ ପକ୍ଷରୁ କେହି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଅନ୍ୟପଟେ NCERT ପାଠ୍ୟ ପୁସ୍ତକକୁ ନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ହେଉଛି ୨୫ଟି କମିଟି ମଧ୍ୟରୁ ଗୋଟିଏ ଯାହାକି ଜାତୀୟ ଶିକ୍ଷା ନୀତି ୨୦୨୦ଅନୁଯାୟୀ ପାଠ୍ୟକ୍ରମ ବଦଳାଇବା ପାଇଁ କେନ୍ଦ୍ରୀୟ ସ୍ତରରେ NCERT ସହିତ କାର୍ଯ୍ୟ କରୁଛି। ବର୍ତ୍ତମାନ ଅତ୍ୟାଧୁନିକ ପାଠ୍ୟପୁସ୍ତକ ଏପର୍ଯ୍ୟନ୍ତ ଆସିନାହିଁ।

Leave A Reply

Your email address will not be published.