Latest Odisha News

BREAKING NEWS

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

ବିଚ୍ ରାସ୍ତାରେ କୌଣସି ଅପରାଧ ଘଟୁଥିଲେ ତୁରନ୍ତ ଜଣାଇବାକୁ କମିଶନରେଟ୍ ପୋଲିସ ନମ୍ବର ଜାରି କରିଛି । ୭୦୭୭୭୯୮୧୧୧ ହ୍ୱାଟ୍ସଆପ ନମ୍ବରରେ ଆପଣ କୌଣସି ଅପରାଧ ଓ ଅଘଟଣ ନେଇ ଜଣାଇ ପାରିବେ । ସେତିକି ନୁହେଁ ଏହି ହ୍ୱାଟ୍ସଆପ ନମ୍ବରରେ ମାମଲାର ଅଗ୍ରଗତି ନେଇ ବି ଜାଣିହେବ ।

ଏହି ନମ୍ବରରେ କେବଳ ହ୍ୱାଟ୍ସଆପ୍ ମାଧ୍ୟମରେ ଯେ କେହିବି ଭୁବନେଶ୍ୱରରେ ଘଟୁଥିବା ଅପରାଧ ଓ ଅପରାଧୀଙ୍କ ବିଷୟରେ ସୂଚନା ଦେଇ ପାରିବେ । ଏହା କେବଳ ଭୁବନେଶ୍ୱର ଲାଗି କାର୍ଯ୍ୟ କରିବ । ବିଗତ କିଛିଦିନ ଧରି ସହରରେ ବଢ଼ି ଚାଲିଥିବା ଅପରାଧ ଓ ଛିନତାଇ ଲୁଟ୍ ଘଟଣା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି ।

Leave A Reply

Your email address will not be published.