Latest Odisha News

BREAKING NEWS

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ଟି ବସ୍ । ବସଷ୍ଟାଣ୍ଡରେ ୩ଟି ବସ୍ ଛିଡା ହୋଇଥିବା ବେଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବସଟି ଜଳୁଥିବା ବେଳେ, ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ, ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ଗୋଟିଏ ବସରେ ନିଆଁ ଲାଗିଥିଲା । ପରେ ପାଖରେ ଥିବା ଅନ୍ୟ ଦୁଇଟି ବସକୁ ନିଆଁ ବ୍ୟାପିଥିଲା । ଫଳରେ ପାଖରେ ଥିବା ଦୁଇଟି ବସ ମଧ୍ୟ ଜଳି ଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.