Latest Odisha News

ପୋଲିସକୁ ଫିଟନେସ୍ ଚିନ୍ତା, କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଫିଟ୍ ରହିବ ପୋଲିସ । ଶାରିରୀକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ରହିଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାଧାପ୍ରାପ୍ତ ହୋଇଥାଏ । ଯାହାକୁ ନଜରରେ ରଖି କମିଶନରେଟ୍ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି ।

ଭୁବନେଶ୍ୱର ୟୁପିଡିର ଏପିଆର୍, ଡିପିଓ, ସିପି ହେଡକ୍ୱାର୍ଟର୍ସ, ଟିମ୍ ୬୦, ଓଏସଏପି ମୋବିଲାଇଜଡ୍ ଫୋର୍ସରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ନିୟମିତ ଭାବେ ସକାଳେ ଶାରିରୀକ ବ୍ୟାୟାମ, ଫିଟନେସ୍ ଏବଂ ସ୍ୱଚ୍ଛତା ସକାଳ ୬ଟା ଏବଂ ସନ୍ଧ୍ୟା ୪ଟା ସୁଦ୍ଧା ସାରି ଉପସ୍ଥାପନ ଦେବେ । ମାସିକ ଉପସ୍ଥାନ ହାର ୬୦ ପ୍ରତିଶତରୁ କମ୍ ରହିବ ନାହିଁ । ଓଜନର ନିୟମିତ ତଦାରଖ କରାଯିବ । ପ୍ରତି ୧୫ ଦିନରେ ଶାରିରୀକ ବିକାଶର ତଦାରଖ କରାଯିବ । ଯେଉଁମାନେ ମାନିବେ ନାହିଁ ସେମାନଙ୍କୁ ଅନ୍ୟ କକ୍ଷରେ ରଖାଯିବ । ଗୁଟଖା ଓ ମଦ ଛାଡ଼ିବାକୁ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.