Latest Odisha News

BREAKING NEWS

ଟ୍ୱିଟର ପାଇଁ ନୂଆ ସିଇଓ ବାଛିଛନ୍ତି ଏଲନ୍ ମସ୍କ

ଶେଷରେ ଏଲନ୍ ମସ୍କ ଟ୍ୱିଟର ପାଇଁ ନୂଆ ସିଇଓ ବାଛିଛନ୍ତି  । ହେଲେ ମଜାର ବିଷୟ ହେଉଛି ଟ୍ୱିଟରର ନୂତନ ସିଇଓ ମଣିଷ ନୁହଁନ୍ତି ବରଂ କୁକୁର । ସେ ହେଉଛି ମସ୍କ୍‌ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର ‘ଫ୍ଲୋକି’। ମସ୍କ୍‌ ସେୟାର୍‌ କରିଥିବା ଫଟୋରେ ଦେଖାଯାଉଛି ‘ସିଇଓ’ ଚେୟାର୍‌ରେ କୁକୁର ‘ଫ୍ଲୋକି’ ବସି ‘ସିଇଓ’ ଲେଖାଥିବା ଟି-ସାର୍ଟ ପିନ୍ଧିଛି । ଏହାଛଡ଼ା ତା’ ଗୋଡ଼ର ଛାପ ଥିବା କେତୋଟି କାଗଜପତ୍ର ମଧ୍ୟ ତା’ ଆଗରେ ପଡ଼ିଥିବା ଦେଖିବାକୁ ମିଳିଛି। ଆଗରେ ରହିଛି ‘ଟୁଇଟର୍‌’ ଲୋଗୋ ଥିବା ଲାପ୍‌ଟପ୍‌।

ମସ୍କ୍‌ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର ‘ଫ୍ଲୋକି’। ସୂଚନାଯୋଗ୍ୟ, ‘ସିବା ଇନୁ’ ପ୍ରଜାତିର କୁକୁର ଜାପାନରେ ଖୁବ୍‌ ଆଦରଣୀୟ। ଜାପାନୀ ଭାଷାରେ ‘ଇନୁ’ର ଅର୍ଥ କୁକୁର ଏବଂ ସେଠାକାର ଅତି ପ୍ରାଚୀନ ଭାଷାରେ ‘ସିବା’ର ଅର୍ଥ ହେଉଛି ଟିକି ।

ଫଟୋ ସେୟାର୍‌ କରି ମସ୍କ୍‌ ଲେଖିଛନ୍ତି, ‘ଟୁଇଟର୍‌’ର ନୂଆ ‘ସିଇଓ’ ବଡ଼ ଅଦ୍ଭୁତ। ଅନ୍ୟ ଏକ ‘ଟୁଇଟ୍‌’ରେ ସେ ଲେଖିଛନ୍ତି, ଅନ୍ୟ ବ୍ୟକ୍ତି ଅପେକ୍ଷା ନୂଆ ‘ସିଇଓ’ ଯଥେଷ୍ଟ ଭଲ। ମସ୍କ୍‌ଙ୍କର ଧାରଣା ପରାଗ ଅଗ୍ରୱାଲ୍‌ଙ୍କ ଅପେକ୍ଷା ତାଙ୍କ କୁକୁର ‘ଫ୍ଲୋକି’ ଅଧିକ ପାରଙ୍ଗମ। ୪୪ ବିଲିୟନ୍‌ ଡଲାର୍‌ରେ ‘ଟୁଇଟର୍‌’କୁ ଖରିଦ କରିବାକ୍ଷଣି ମସ୍କ୍‌ ଅଗ୍ରୱାଲ୍‌ଙ୍କୁ ବହିଷ୍କାର କରିଥିଲେ। ଅଗ୍ରୱାଲ୍‌ଙ୍କ ସହିତ ‘ଟୁଇଟର୍‌’ର ଆଇନ ମୁଖ୍ୟ ବିଜୟ ଗାଡ୍ଡେ ଏବଂ ‘ସିଏଫ୍‌ଓ’ ନେଲ୍‌ ସିଗଲ୍‌ଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା।

ସେହିପରି, ‌‘ଫ୍ଲୋକି’ ଚଷମା ଓ ଫର୍ମାଲ୍‌ ପୋଷାକ ପିନ୍ଧି ଚେୟାର୍‌ରେ ବସିଥିବା ଆଉ ଏକ ଫଟୋ ମଧ୍ୟ ମସ୍କ୍‌ ସେୟାର୍‌ କରିଛନ୍ତି। ଏପର୍ଯ୍ୟନ୍ତ, ପ୍ରାୟ ୨୦ ହଜାର ଲୋକ ଏଲୋନ୍ ମସ୍କଙ୍କ ଏହି ଟୁଇଟ୍ ପସନ୍ଦ କରିଥିବା ବେଳେ ସେଥିରେ ୧୦.୬ ମିଲିୟନ୍ ଭ୍ୟୁ ଆସିଛି |

Leave A Reply

Your email address will not be published.