Latest Odisha News

BREAKING NEWS

ଜିରୋ ନାଇଟ୍ ପାଇଁ ୧୫ପ୍ଲାଟୁନ ଫୋର୍ସ, କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କକମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ। ସୁରକ୍ଷାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତ ଥାନା ଅଧିକାରୀ।

ସେହିପରି ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ସରିଛି ଯାଞ୍ଚ ପ୍ରକ୍ରିୟା। ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ମଧ୍ୟ ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବାର୍‌, ରେଷ୍ଟୁରାଣ୍ଟ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ୍‌ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନୂଆବର୍ଷ ରାତିରେ ସୁରକ୍ଷା ପାଇଁ ଟ୍ୱିନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ସମସ୍ତ ଥାନା ଅଧିକାରୀମାନେ ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ। ଶେଷ ବର୍ଷର ଶେଷ ରାତିକୁ ବିଦାୟ ଦେବା ଲାଗି ସମସ୍ତେ ନାଚିବେ, ଗାଇବେ ଏବଂ ମସ୍ତି କରିବେ। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲ ନିଜର ମେନୁ କାର୍ଡ ପ୍ରସ୍ତୁତ କରି ସାରିଛନ୍ତି । ଡିଜେ ଲାଇଟ୍‌ରେ କେଉଁଠି ଆର୍‌ଜେ ଲୋକଙ୍କ ନଚାଇବେ ତ ଆଉ କେଉଁଠି ଅଭିନେତା, ଅଭିନେତ୍ରୀଙ୍କ ଅଭିନୟ ସହିତ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଯୁବପିଢ଼ିଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମତୁଆଲା ହେବେ।

Comments are closed.