Latest Odisha News

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର । ଖାଲି ଥିବାରୁ ଏସସିବି ମୁଖ୍ୟ କ୍ୟାବିନ୍ ଅନୁମତି ଲାଗି ଦେଇଥିଲେ । ହାଇଦର ଏକାଧିକ ରୋଗରେ ପୀଡ଼ିତ ଥିଲା । ସାଧାରଣ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ହୋଇଛି, ଅସ୍ତ୍ରୋପଚାର ହୋଇନି । ସିସିଟିଭି ବିଷୟରେ ତଥ୍ୟ ଆମେ ପୋଲିସକୁ ଜଣାଇଛୁ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ଗ୍ୟାଙ୍ଗଷ୍ଟରର ସହଯୋଗୀ ସଲ୍ଲୁ ସାମିଲ୍ ଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଗତକାଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ହାଇଦରର ସହଯୋଗୀ ସେଖ ୟାକୁବ୍ ଓରଫ ସଲ୍ଲୁ ଫେରାର୍ ଷଡ଼ଯନ୍ତ୍ରରେ ସାମିଲ୍ ଅଛି । ଏସସିବି ମେଡିକାଲରେ ସଲ୍ଲୁ ବାରମ୍ବାର ହାଇଦରକୁ ଭେଟୁଥିଲା । ଏପରିକି ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍ ଅଛି । ଆଜି ପୋଲିସ ତାକୁ କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ଗତ ଶନିବାର ଦିନ ଏସସିବିରେ ଚିକିତ୍ସିତ ହେଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ହେବା ପରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଅଚେତ୍ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଘଟଣାରେ ସମ୍ବଲପୁର ଏସପି ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ପୋଲିସର ୬ଟି ଟିମ୍ ହାଇଦରକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ରେଡ୍ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.