Latest Odisha News

ଭଲେଣ୍ଟାଇନ ଡେ’: ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବ କମିଶନରେଟ ପୋଲିସ…

ଭୁବନେଶ୍ୱର: ଆଜି ଭଲେଣ୍ଟାଇନ ଡେ’ ବା ପ୍ରେମ ଦିବସ । ଏହି ପାଶ୍ଚାତ୍ ସଭ୍ୟତାକୁ ଆଜିର ଯୁବ ପିଢୀ ଉତ୍ସାହର ସହ ପାଳନ କରୁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି କେତେକ ସଂଗଠନ ।

ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୁଲିସ। ଭାଲେଣ୍ଟାଇନ୍ ଦିବସ ପାଳନ କରିବାର ଅଧିକାର ପ୍ରେମୀ ଯୁଗଳଙ୍କର ରହିଛି। ସମ୍ବିଧାନ ଅନୁସାରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି।

ତେଣୁ ଲୋକମାନେ ଭାଲେଣ୍ଟାଇନ ଦିବସକୁ ମନଭରି ପାଳନ କରିପାରିବେ।

କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ କମିଶନରେଟ ପୋଲିସ ଆଜି ସମ୍ପୂର୍ଣ୍ଣ ସଜାଗ ରହିଛି ।

Comments are closed.