Latest Odisha News

BREAKING NEWS

ମାଲିକର ମୃତ୍ୟୁ ପରେ ପୋଷା ବନ୍ଦର ମଧ୍ୟ ଜୀବନ ହରାଇଲା

ଫତେପୁର: ଏହା ସଂଯୋଗ କିମ୍ବା ସ୍ନେହର ଡୋରୀ ତାହା ଜଣାପଡି ନ ଥିଲେ ମଧ୍ୟ ମାଲିକର ମୃତ୍ୟୁର କିଛି ସମୟ ମଧ୍ୟରେ ପୋଷା ମାଙ୍କଡ ମରିଯିବା ଆଲୋଚନାର କେନ୍ଦ୍ର ସାଜିଛି ।

ଘଟଣାଟି ଘଟିଛି ଫତେପୁର ଜିଲାର କିଶନପୁରରେ, ଶିକ୍ଷକ ଶିବରାଜ ସିଂ (୭୫)ଙ୍କ ହୃଦଘାତ ଯୋଗୁ ପ୍ରାଣ ଚାଲିଗଲା । ଘରେ କାନ୍ଦ ବୋବାଳି ଚାଲିଥିବା ବେଳେ ଶବ ପାଖରେ ପୋଷା ମାଙ୍କଡ ଆସି ବସିଥିଲା । କିଛି ସମୟ ବସିବା ପରେ ହଠାତ ମାଙ୍କଡଟି ମାଲିକ ପାଖରେ ଟଳି ପଡିଲା । ଶିବରାଜଙ୍କ ସନ୍ତାନ ନ ଥିବାରୁ ସେ ମାଙ୍କଡଟିକୁ ଛୁଆ ପରି ପାଳିଥିଲେ । ଉଭୟଙ୍କ ଶବଦାହ ଏକତ୍ର କରାଗଲା ।

Leave A Reply

Your email address will not be published.