Latest Odisha News

BREAKING NEWS

ଆକାଶ ପାଠକଙ୍କ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସର ଚିଠି

ଭୁବନେଶ୍ୱର: ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଟାଟାର ଏମଡି ଥିଲେ କି ନାହିଁ ? ନା ସେ ମିଛ କହୁଛନ୍ତି ? ଆକାଶଙ୍କ ସମ୍ପର୍କରେ ସତ ଜାଣିବା ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ଜବାବ ଆସିଲା ପରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ନିଜକୁ ଟାଟାର ଏମଡି ପରିଚୟ ଦେଇ ଆକାଶ ଭୁବନେଶ୍ୱର ଟ୍ରାଭେଲ୍ ସଂସ୍ଥାରୁ ବିମାନ ଓ ଚାର୍ଟର ପ୍ଲେନ୍ ବୁକିଂ କରିଥିଲେ । ଏବାବଦରେ ୬୫ ଲକ୍ଷରୁ ଅଧିକ ଟଙ୍କା ଟ୍ରାଭେଲ୍ ଏଜେନ୍ସୀକୁ ଦେଇ ନଥିବା ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଖାରବେଳନଗର ଥାନା ପୋଲିସ ସଂପୃକ୍ତ ଟ୍ରାଭେଲ ସଂସ୍ଥାରେ ଖୋଳତାଡ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲା ।

ଏବେ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆକାଶ ପାଠକଙ୍କ ସମ୍ପର୍କରେ ଜାଣିବାକୁ ଚାହିଁକି କମିଶନରେଟ ପୋଲିସ । ଆକାଶ ପାଠକଙ୍କୁ ଏବେ ଭିଜିଲାନ୍ସ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଆକାଶ ଟାଟାରେ ଚାକିରି କରାଇଦେବାକୁ କହି ଓଡ଼ିଶାରୁ ବହୁ ଯୁବକ ଯୁବତୀଙ୍କୁ ଠକିଥିବା ନେଇ ବି ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ।

Leave A Reply

Your email address will not be published.