Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପକ୍ଷରୁ ଖେଳିବେ ବେକହାମ, ରୋନାଲ୍ଡୋ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ୨୮ ଜୁଲାଇରୁ ବର୍ମିଂହାମରେ ଆରମ୍ଭ ହେବ । ଏହି ମେଗା ଇଭେଂଟରେ ୧୦୭ ମହିଳାଙ୍କ ସମେତ ଭାରତର ୨୧୫ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୧୦୭ଜଣିଆ ଷ୍ଟାଫ ଦଳ ସହିତ ବର୍ମିଂହାମ ଯିବେ । ତେବେ ସବୁଠାରୁ ମଜା କଥା ଭାରତ ପକ୍ଷରୁ ଏଥିର ବେକହାମ ଓ ରୋନାଲ୍ଡୋ ଖେଳିବେ । ବିଶ୍ୱାସ ନ ହେଲେ ବି ଏହା ସତ । ସାଇକ୍ଲିଂରେ ଉଦୀୟମାନ ଆଥଲେଟ ରୋନାଲ୍ଡୋ ସିଂ ଓ ଡେଭିଡ ବେକହାମ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ୯ଜଣ ପ୍ରତିଯୋଗୀ ଏହି ଇଂଭେଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ପଦକ ଜିତି ପାରି ନ ଥିଲେ ।

କେମିତି ପଡିଲା ଏ ଭଳି ନାମ: ଆମେ ଜାଣିଛେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳିଙ୍କ ନାମ ଡେଭିଡ ବେକହାମ । ତେବେ ଭାରତର ସାଇକ୍ଲିଷ୍ଟଙ୍କ ନାମ କିପରି ବେକହାମ ପଡିଲା ଆସନ୍ତୁ ଜାଣିବା । ଏହି ସାଇକ୍ଲିଷ୍ଟଙ୍କ ମାମୁଁ ଫୁଟବଲକୁ ଭାରୀ ଭଲ ପାଉଥିଲେ । ୨୦୦୨ ଫିଫା ୱାର୍ଲ୍ଡ କପରେ ବେକହାମଙ୍କ ଗୋଲ ଦେଖି ସେ ଜିଦ ଧରିଥିଲେ ମୋ ଭଉଣୀର ଯଦି ପୁଅ ହେବ ତାର ନାମ ଡେଭିଡ ବେକହାମ ରହିବ । ଶେଷରେ ସେୟା ହେଲା, ତେବେ ଏହି ବେକହାମ ଫୁଟବଲ ବଦଳରେ ସାଇକ୍ଲେଂକୁ ପସନ୍ଦ କରିଥିଲେ । ସେହିପରି ମଣିପୁରର ରବିନ ସିଂ ଲେଂଟାଜାମୀ ୨୦୦୨ରେ ବ୍ରାଜିଲ ଓ ଇଂଲଣ୍ଡ ମୁକାବିଲା ଦେଖିଥିବା ବେଳେ ତାଙ୍କ ପତ୍ନୀ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଏହି ମ୍ୟାଚରେ ରୋନାଲ୍ଡିହ୍ନୋ ଗୋଲ ସ୍କୋର କରିବେ ବୋଲି ସେ ତାଙ୍କ ସାଙ୍ଗଙ୍କ ସହ ବାଜି ମାରିଥିଲେ । ରୋନାଲ୍ଡିହ୍ନୋ ଏହି ମ୍ୟାଚରେ ଗୋଲ କରିଥିଲେ ଏବଂ ସେବେଠାରୁ ରବିନ ତାଙ୍କ ପୁତ୍ରର ନାମ ରୋନାଲ୍ଡୋ ସିଂ ରଖିଥିଲେ ।

Leave A Reply

Your email address will not be published.