ନୂଆଦିଲ୍ଲୀ: କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ ସୁବିଧା ଦେବ ତେବେ କାମ କାହିଁକି ବାଧିବ ? ଆଜ୍ଞା ହଁ, ଏମିତି ଏକ କମ୍ପାନୀ ଅଛି ଯିଏ ବୋନସ ଆକାରରେ ଦେଇଛି ୫୦ ମାସର ଦରମା । ତାଇୱାନର ଏଭରଗ୍ରୀନ ମରୀନ କର୍ପୋରେଶନ ନାମକ ଏକ କମ୍ପାନୀ ଗୋଟିଏ ବର୍ଷର କାମ ଏବଂ ଦରମା ପରେ ବି କର୍ମଚାରୀଙ୍କୁ ଖୁସି କରିବା ପାଇଁ ବୋନସ ଦେବା ପାଇଁ ମନ କରିଛି ।
କମ୍ପାନୀ ପକ୍ଷରୁ ଯାହା ସୂଚନା ମିଳିଛି, ସେହି ଅନୁସାରେ, କମ୍ପାନୀ ନିଜ କର୍ମଚାରୀଙ୍କୁ ୫୦ ମାସର ସାଲେରୀ ବୋନସ ଆକାରରେ ଦେବ । ଏହି ବୋନଓ କର୍ମଚାରୀଙ୍କ ଗ୍ରେଡ ଏବଂ କାମ ଅନୁସାରେ ଦିଆଯିବ । ତେବେ କମ୍ପାନୀ ସେହି କର୍ମଚାରୀଙ୍କୁ ଦେବ ଯେଉଁମାନେ ତାଇ୰ାନରେ ରହି କମ୍ପାନୀକୁ ସେବା ଦେଉଛନ୍ତି ।
ଏକ ରିପୋର୍ଟ ଅନୁସାରେ, କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ବର୍ଷର୍ର ଶେଷରେ କମ୍ପାନୀ ଦେଉଥିବା ବୋନଓ କର୍ମଚାରୀଙ୍କ ବର୍ଷ ଯାକର କାମକୁ ହିସାବ କରି ଦିଆଯିବ । ତେବେ ଏ ବିଷୟରେ ସବିଶେଷ ବିବରଣୀ ଦେବାକୁ କମ୍ପାନୀ ମନା କରି ଦେଇଛି ।
ଏଠି କହି ରଖିବୁ, ଏଭରଗ୍ରୀନ ମରିନ ଏକ ସିପିଂ କମ୍ପାନୀ ଯାହା ଅନ୍ତର୍ଜାତୀୟ ସ୍ତରରେ ଟ୍ରାନ୍ସପୋର୍ଟ କାରବାର କରିଥାଏ । ଗତ ଦୁଇ ବର୍ଷ ମଧ୍ୟରେ ସିପିଂ ଇଣ୍ଡଷ୍ଟ୍ରିରେ ବେଶ ଲାଭବାନ ହୋଇଛି । କରୋନା ସମୟରେ କଂଜ୍ୟୁମର ଗୁଡ୍ସ ଏବଂ ଭଡାରେ ବୃଦ୍ଧି ଘଟିବା ଯୋଗୁ କମ୍ପାନୀ ୨୦୨୨ରେ ତିନିଗୁଣା ଲାଭ କରିଛି । ଏହି କମ୍ପାନୀର ନା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ୨୦୨୧ରେ କମ୍ପାନୀର ଏକ ସିପ ସୁଏଜ କେନାଲରେ ଫସି ଯାଇଥିଲା ।
ଯାହା ବି ହେଉ, ଏହି କମ୍ପାନୀ ଏହି ବୋନସ ଯଦି ତାର କର୍ମଚାରୀଙ୍କୁ ଦିଏ ତେବେ କେତେକ କର୍ମଚାରୀଙ୍କ ଖାତାକୁ ଏକକାଳୀନ ୬୫, ୦୦୦ ଡଲାର ଅର୍ଥାତ ୫ କୋଟିରୁ ଅଧିକ ଟଙ୍କା ଯିବ ।
BREAKING NEWS
- ଏହି ୩ ମହାନ ଖେଳାଳିଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଂଟ ପୁରସ୍କାର
- ଆସନ୍ତା ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
- Triple Murder Accused Arrested: ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା; ଅଭିଯୁକ୍ତ ଗିରଫ
- Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ କାହାଣୀ…ପଞ୍ଚମ ଶ୍ରେଣୀ ବହିରେ ଯୋଡି ହେଲା ଅଧ୍ୟାୟ
- ଶୁଭଶ୍ରୀ ମହାରଣାଙ୍କୁ ମିଳିଲା ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
Comments are closed.