Latest Odisha News

BREAKING NEWS

କିଏ କହିଲେ ଏତେ ଶୀଘ୍ର ଟି୨୦ କ୍ରିକେଟରୁ ଅବସର ନେଉନି

ରାଜକୋଟ: ବିସିସିଆଇର ପରୀକ୍ଷା ନିରୀକ୍ଷା ବେଳେ ୨ଟି ଟି୨୦ ସିରିଜରୁ ସିନିୟର ଖେଳାଳିଙ୍କୁ ପ୍ରାୟତଃ ବାଦ ଦିଆଯାଇଛି । ୨୦୨୪ ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଏହି ୨ ସିରିଜରେ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ, ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମିଙ୍କ ପରି ଖେଳାଳି ବାଦ ପଡିଛନ୍ତି । ଏ ସମ୍ପର୍କରେ ରୋହିତଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ଟି୨୦ରୁ ଅବସର ନେଇନି । ଏ ସମ୍ପର୍କରେ ଚିନ୍ତା ବି କରିନି । ଆଇପିଏଲ ପରେ ଏ ନେଇ ବିଚାର କରିବି ବୋଲି ସେ କହିଛନ୍ତି । ଏହି ଅବସରରେ ବୁମରାହଙ୍କ ଫିଟନେସ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଜଣେ ଖେଳାଳି ୩ଟି ଯାକ ଫର୍ମାଟରେ ଖେଳିବ ମାନେ ତାକୁ ବିଶ୍ରାମ ଦରକାର । ବୁମରାହ ନେଟ୍ସରେ ବୋଲିଂ କରିବା ବେଳେ ମାଂସପେଶର ଜନିତ ସମସ୍ୟାରେ ପଡିଥିଲେ । ସେଥିପାଇଁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଓହରି ଯାଇଛନ୍ତି ।

ଜାନୁୟାରୀ ୧୦, ୧୨ ଓ ୧୫ରେ ୩ଟି ଯାକ ଦିନିକିଆ ମ୍ୟାଚ ଯଥାକ୍ରମେ ଗୌହାଟୀ, କୋଲକାତା ଓ ଥିରୁୱନ୍ତପୁରମରେ ଖେଳାଯିବ ।
ଟିମଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ,ଶ୍ରେୟାଶ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, କୁଲଦୀପ ଯାଦବ, ଅକ୍ଷର ପଟେଲ, ଈଶାନ କିଶାନ, ଅର୍ଶଦୀପ ସିଂ ଓ ଉମରାନ ମଲିକ ।

Leave A Reply

Your email address will not be published.