Latest Odisha News

BREAKING NEWS

ବିଡବ୍ଲ୍ୟୁଏଫ ଜୁନିୟର ର‌୍ୟାଙ୍କିଙ୍ଗ: ଏକମାତ୍ର ଭାରତୀୟ ଭାବେ ଟପ ଟେନରେ ଶ୍ୱେତାପର୍ଣ୍ଣା

ଭୁବନେଶ୍ୱର: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଶ୍ୱେତାପର୍ଣ୍ଣା ପଣ୍ଡା ବିଡବ୍ଲ୍ୟୁଏଫ ଜୁନିୟର ମିକ୍ସଡ ଡବଲ୍ସ ର‌୍ୟାଙ୍କିଙ୍ଗରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଓଡିଆ ଝିଅ ଶ୍ୱେତାପର୍ଣ୍ଣା ଏକମାତ୍ର ଭାରତୀୟ ଭାବେ ୯ମ ସ୍ଥାନରେ ରହିଛନ୍ତି । ସେହିପରି ବ୍ୟାଡମିଂଟନରେ ଏହି କୀର୍ତିମାନ ସ୍ଥାପନ କରିବାରେ ସେ ପ୍ରଥମ ଓଡିଆ ହୋଇଛନ୍ତି । ବାଳିକା ଡବଲ୍ସ ବିଭାଗରେ ସେ ୨୨ତମ ସ୍ଥାନରେ ରହିଛନ୍ତି । ଭଉଣୀ ଋତୁପର୍ଣ୍ଣାଙ୍କ ସହ ମିଶି ସେ ୨୦୧୯ରେ ୧୫ ବର୍ଷରୁ କମ ବାଳିକା ସବ ଜୁନିୟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ସେ ଅନେକଗୁଡିଏ ସଫଳତା ନିଜ କ୍ୟାରିୟରରେ ଯୋଡିଥିଲେ ।

ଏସିଆ ଜୁନିୟର ଚାମ୍ପିୟନଶିପ ୨୦୧୯ରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ ଓଡିଆ ବାଳିକା ଖେଳାଳି ଭାବେ ୱାର୍ଲ୍ଡ ଟୁର ସୁପର ୩୦୦ର କ୍ୱାର୍ଟରରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.