Latest Odisha News

BREAKING NEWS

ଆଶ୍ୱସ୍ତି: ଆକ୍ରାନ୍ତଙ୍କ ଅନୁପାତରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍

ନୂଆଦିଲ୍ଲୀ: ଭାରତରେ ଶିଖର ଛୁଉଁଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ। ପ୍ରତି ୨ ଦିନରେ ଥରେ ଲକ୍ଷେ ପାର ହେଉଛି ସଂକ୍ରମିଟଙ୍କ ସଂଖ୍ୟା । ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ଅନୁପାତରେ ମୃତଙ୍କ ପରିମାଣ ଯଥେଷ୍ଟ କମ୍ ରହିଛି।

ଦେଶର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଭାରତ ଏହି ମହାମାରୀରେ ବେଶୀ ପ୍ରଭାବିତ ହେବା ନେଇ ଆଶାଙ୍କା କରାଯାଉଥିଲା। ଅନ୍ୟପଟେ ସମସ୍ତ ଦେଶ ଭଳି ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର କିନ୍ତୁ ଯଥେଷ୍ଟ କମ୍ ରହିଛି । ବିଗତ ଛଅ ମାସ ଭିତରେ ଏହି ମହାମାରୀ ଦେଶରେ ପାଖାପାଖି ୪୩ ହଜାର ନାଗରିକଙ୍କ ମୁଣ୍ଡ ନେଇଛି । ଯାହା ବିଶେଷଜ୍ଞମାନଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ।

ଅନ୍ୟପଟେ ଦୃଢ଼ ସ୍ବାସ୍ଥ୍ୟଵସ୍ଥା ସହ ଇଟାଲୀ , ଆମେରିକା ଭଳି ରାଷ୍ଟ୍ର ଗୁଡିକର ସମସ୍ତ ବ୍ୟବସ୍ଥା ସତ୍ତ୍ବେ ଏଠାରେ ଲୋକେ ପୋକ ମାଛି ପରି ମରୁଛିନ୍ତି।

ଭାରତ ଯଥାଶୀଘ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣାର କରିଥିଲା ଏହାଦ୍ବାରା ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ସଜାଡ଼ିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ମଧ୍ୟ ଅବସର ମିଳିଗଲା ଭାରତକୁ। ଏହାସହ ଭାରତ ମଧ୍ୟ ତୁରନ୍ତ ମାସ୍କ ପିନ୍ଧିବା ପଦକ୍ଷେପକୁ କଡ଼ାକଡ଼ି କରିଥିଲା, ଯାହା ଫଳରେ ବର୍ତ୍ତମାନ ଅନେକାଂଶରେ ଦେଶବାସୀ ସୁରକ୍ଷିତ ରହିପାରିଛନ୍ତି।

ଭାରତ ଏହାର ଭୂତାଣୁ ନମୁନା ପରୀକ୍ଷଣ ଦକ୍ଷତାକୁ ଦିନକୁ ୬,୦୦,୦୦୦ରୁ ଅଧିକ ଯାଏ ବଢ଼ାଇ ପାରିଛି। ତଥାପି ଏହା ଦେଶ ଜନସଂଖ୍ୟାର ଅତି ସ୍ବଳ୍ପ ପରିମାଣ ଅଟେ। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ନମୁନା ପରୀକ୍ଷା ହୋଇଥିବା ବେଳେ ୫୦ ପ୍ରତିଶତରୁ ଅଧିକ ବାସିନ୍ଦା ସଂକ୍ରମିତ ହୋଇଥିବା କିଛି ସହରରେ ମାତ୍ର ୫ ପ୍ରତିଶତରୁ ଅଳ୍ପ ଅଧିକ ନମୁନା ପରୀକ୍ଷା କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.