Latest Odisha News

BREAKING NEWS

ଏନ୍‌ସିବିରେ ହାଜର ହେଲେ ସାରା ଅଲ୍ଲି ଖାନ୍‌

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡକୁ ପଡିଛି ଶନିଦଶା । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀକୁ ଜେରା କରୁଛି ଏନ୍‌ସିବି । ଦୀପିକା, ଶ୍ରଦ୍ଧାଙ୍କ ପରେ ଏବେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲି ଖାନ୍ । ଡ୍ରଗ୍ସ ଲିଙ୍କ ନେଇ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରାଙ୍କୁ ସମନ କରିଥିଲା ଏନ୍‌ସିବି । ସମନ୍ ପରେ ଆଜି ସେ ଏନ୍‌ସିବିରେ ହାଜର ହୋଇଛନ୍ତି । ତାଙ୍କ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ପଚରାଉଚରା କରିବ । ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ମିଶି ସାରା ଡ୍ରଗ୍ସ ନେଉଥିବା ନେଇ ରିୟା ଚକ୍ରବର୍ତ୍ତୀ ଏନ୍‌ସିବି ସାମ୍ନାରେ କହିଥିଲେ । ଏହା ପରେ ତାଙ୍କୁ ଏନ୍‌ସିବି ପକ୍ଷରୁ ସାରା ଡାକରା ହୋଇଥିଲା ।

ସେପଟେ ଦୀପିକା ପାଦୁକୋନ ଆଜି ସକାଳ ୯ଟାରେ ଏନ୍‌ସିବି ଅଫିସରେ ପହଂଚିଛନ୍ତି । ତାଙ୍କୁ ଏନ୍‌ସିବିର ୫ ଜଣିଆ ଟିମ୍ ମାରାଥନ ଜେରା ଚଳାଇଛନ୍ତି । ମ୍ୟାନେଜର କରିଶ୍ମା ଓ ଦୀପିକାଙ୍କୁ ଚାଲିଛି ସାମ୍ନାସାମ୍ନି ଜେରା । କରିଶ୍ମାଙ୍କୁ ଗତକାଲି ପଚରାଉଚରା କରାଯାଇଥିଲେ ବି, ଅଧିକ ପଚରାଉଚରା ଲାଗି ଆଜି ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ଅଭିନେତ୍ରୀ ଦୀପିକା ଓ ମ୍ୟାନେଜର୍ କରିଶ୍ମା ମଧ୍ୟରେ ହୋଇଥିବା ଏକ ହ୍ବାଟ୍ସଆପ୍ ଚାଟ୍‌ ତଦନ୍ତ ଏଜେନ୍‌ସି ପାଇଛି। ଏହା ୨୦୧୭ର ଏବଂ ଏଥିରେ ସେମାନେ ନିଶାଦ୍ରବ୍ୟ କଥା ଆଲୋଚନା କରିଥିଲେ।

Leave A Reply

Your email address will not be published.