Latest Odisha News

BREAKING NEWS

ପୁଣି ଷ୍ଟାଣ୍ଡଅପ୍ କମେଡିଆନ ମୁନାଓ୍ବରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ: ମାମଲା ରୁଜୁ

ମୁମ୍ବାଇ: କମେଡି ଦିନକୁ ଦିନ କଳା ଦିଗକୁ ଗତି କରୁଥିବା ବେଳେ ପ୍ରତିଦିନ ଏହା ଉପରେ ଆସୁଥିବା ଖବର ଏବେ ସମସ୍ତଙ୍କୁ ଚକିତ କରୁଛି । କେତେବେଳେ ବାପାମାଙ୍କୁ ନେଇ ତ, ଆଉ କେତେବେଳେ ଧର୍ମକୁ ନେଇ, ନିଜ କେମେଡି ମାଧ୍ୟମରେ ପରିହାସ କରୁଛନ୍ତି, କିଛି ଷ୍ଟାଣ୍ଡଅପ୍ କମେଡିଆନ । ଆଉ ଏବେ ପୁଣି ଥରେ ଧର୍ମକୁ ନେଇ କିଛି ବିବାଦୀୟ ମନ୍ତବ୍ୟ ରଖି ଏବେ ଅଡୁଆରେ ପଡିଛନ୍ତି ଷ୍ଟାଣ୍ଡ୍ରଅପ୍ କମେଡିଆନ ମୁନାଓ୍ବାର ଫାରୁଖି  । ଯାହାକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଜିଓହଟଷ୍ଟାର ରେ ଆରମ୍ଭ ହୋଇଥିବା ଶୋ’, ହଫ୍ତା ଓ୍ବସୁଲି, ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଷ୍ଟାଣ୍ଡ-ଅପ୍ କମେଡିଆନଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି ଜଣେ ଓକିଲ ଅମିତ ସଚଦେବା ।  ଏନେଇ ନିଜ ଏକ୍ସରେ ଆଡଭୋକେଟ୍ ଅମିତ ସଚଦେବ ତାଙ୍କ ଅଭିଯୋଗର ଏକ କପି ସେୟାର କରିଛନ୍ତି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଏହି ଶୋ’ଟି ଅଶ୍ଳୀଳତାକୁ ପ୍ରୋତ୍ସାହିତ କରେ ଏବଂ ଧାର୍ମିକ ଭାବନାକୁ ଆଘାତ କରୁଛି ।

ଯାହାକୁ ନେଇ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୬, ୨୯୯ ଏବଂ ୩୫୩, ଆଇଟି ଆଇନ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି ।  ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଓଟିଟି ଶୋ’ଟି ବହୁ ଧର୍ମକୁ ଅପମାନିତ କରିବା ସହ ସାଂସ୍କୃତିକ ମୂଲ୍ୟବୋଧକୁ ଉଲ୍ଲଂଘନ କରୁଛି ଏବଂ ଯୁବ ମନ ଓ ସମାଜକୁ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ । ସେପଟେ ସମାନ ଅଭିଯୋଗ ଉଠାଇ, ଏହି ଓଟିଟି ଶୋ’ଟିକୁ ବ୍ୟାନ କରିବା ପାଇଁ ଦାବି କରିଛି ହିନ୍ଦୁ ଜାଗୃତି ସଂଘ ।

ତେବେ କହିରଖୁଛୁ, ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ପୋଡକାଷ୍ଟର ରଣବୀର ଆଲ୍ଲାହାବାଦିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ସବୁ ଶୋ’, ଯେଉଁଥିରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରାଯାଉଛି, ତାହା ଉପରେ ସ୍ବର ଉଠାଉଛନ୍ତି ଲୋକେ ।  ଯେଉଁ ବିବାଦ ପରେ ଏପିସୋଡ୍‌ରେ ଉପସ୍ଥିତ ରଣବୀର, ସମୟ ରୈନା ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀଙ୍କ ବିରୁଦ୍ଧରେ ଅନେକ ଏଫଆଇଆର୍ ଦାୟର କରାଯାଇଛି ।

Comments are closed.