Latest Odisha News

BREAKING NEWS

୮କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ; ଅଧ୍ୟାପକଙ୍କ ବିରୋଧରେ ସର୍ବାଧିକ

ଭୁବନେଶ୍ବର: ୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଜ୍ୟର ୮ଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିଥିଲା । ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଛି । ଏଥିସହ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଯାଜପୁର ବାଲିଆ କଲେଜରୁ ଗୋଟିଏ, ଅନୁଗୁଳ, ବରଗଡ଼ ଓ ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି ।ସେହିପରି ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି ।

୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।

Comments are closed.