ଚେନ୍ନାଇ: ଆଜିଠାରୁ ଚେନ୍ନାଇରେ ଲକଡାଉନ୍ । ରାସ୍ତାଘାଟ ଶୂନଶାନ୍ । ଆଜିଠାରୁ ତାମିଲନାଡ଼ୁ ସରକାର ରାଜ୍ୟରେ ଜାନୁଆର ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଆଜିଠାରୁ ଚେନ୍ନାଇରେ ସମ୍ପୂର୍ଣ୍ଣ ତାଲା ବନ୍ଦ ରହିଛି । କୋଏମ୍ବାଟୁର ଅଞ୍ଚଳର କେତେକ ଫୋଟ ସାମ୍ନାକୁ ଆସିଛି । ଯେଉଁଥିରେ ଚାରିଆଡେ ଶୂନଶାନ ରହିଥିବା ଦେଖାଯାଇଛି । କିଛି ଲୋକ ରାସ୍ତାରେ ଯାତାୟତ କରୁଥିବା ନଜର ଆସୁଛନ୍ତି । ସେମାନଙ୍କୁ ପୋଲିସ ବାହାରକୁ ଆସିବାର କାରଣ ପଚରାଉଚରା କରୁଥିବା ଦେଖାଯାଇଛି ।
तमिलनाडु: चेन्नई में आज संपूर्ण लॉकडाउन लागू है। तस्वीरें कोयम्बेडु की हैं। pic.twitter.com/jotLr5TNs4
— ANI_HindiNews (@AHindinews) January 16, 2022
ତାମିଲନାଡ଼ୁରେ କରୋନା କଟକଣା ଯୋଗୁ ସମସ୍ତ ପୂଜା ସ୍ଥଳରେ କଟକଣା ଜାରି ହୋଇଛି। ରାଜ୍ୟରେ ପୋଙ୍ଗଲ ପାଳନକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏକ ରୋସ୍ତୋରାଁର ମାଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲକ୍ଡାଉନ୍ ଯୋଗୁ ବେପାର ମାନ୍ଦା ରହୁଛି ।
Comments are closed.