Latest Odisha News

ଆସନ୍ତାବର୍ଷଠୁ ବାଧ୍ୟତାମୂଳକ ହେବ +୨ ପ୍ରଥମ ବାର୍ଷିକ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷାରେ ଗଣଶିକ୍ଷା ବିଭାଗର ବଡ ସଂସ୍କାରକୁ ବିରୋଧ ପରେ ଆସନ୍ତାଶିକ୍ଷା ବର୍ଷରୁ ଏହାକୁ ବାଧ୍ୟତାମୂଳକ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କୁ ଫେଲ କରିବା ସରକାରଙ୍କର ମନୋବୃତ୍ତି ନୁହେଁ । ପ୍ରଥମ ବର୍ଷ ପାଠ୍ୟକ୍ରମ ପାଇଁ ପିଲାଙ୍କୁ ଦାୟିତ୍ବବାନ କରିବା ବୋଲି ଏହି ସଂସ୍କାର ଅଣାଯିବା ନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି । ପ୍ରଥମ ବର୍ଷ ପାଠ୍ୟକ୍ରମକୁ ଖାମଖିଆଲି ମନୋବୃତ୍ତିରେ ନେବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଦ୍ଵିତୀୟ ବର୍ଷ ପରୀକ୍ଷାରେ ଆଶାନୁତୀତ ନମ୍ବର ରଖି ପାରୁନଥିବା ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ପରୀକ୍ଷାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଆଗାମୀ ବର୍ଷରୁ ଏହା ବାଧ୍ୟତାମୂଳକ ହେବ ନେଇ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଗତ ୧୪ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଚଳିତ ବର୍ଷଠାରୁ +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏଥିପାଇଁ ପିଲାଙ୍କୁ ଦୁଇଟି ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । କିନ୍ତୁ ଏହାକୁ ଛାତ୍ରଛାତ୍ରୀ ବିରୋଧ କରିଥିଲେ।

Leave A Reply

Your email address will not be published.