Latest Odisha News

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ ହୋଇଥିବା ବୈଠକରେ ଏହି ଆଡଭାଇଜରି ଜାରି କରାଯାଇଛି ।

ଏହି ବୈଠକରେ ହୋମିଓପାଥିକ ମାଧ୍ୟମରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଉପାୟ ଓ ସାଧନ ଉପରେ ଚର୍ଚ୍ଚା କରାଯାଇଛି ।

ଏଥିରେ ପରାମର୍ଶ ଦିଆଯାଇଛି କି, ହୋମିଓପାଥିକ ଔଷଧ ‘ଆର୍ସେନିକମ୍ ଏଲବମ୍ ୩୦’କୁ କରୋନା ଭାଇରସ ସହିତ ଲଢ଼ିବାକୁ ଥିବା ଔଷଧ ରୂପେ ବ୍ୟବହାର କରାଯାଇପାରେ । ଏହାକୁ ୩ ଦିନ ପର‌୍ୟ୍ୟନ୍ତ ପ୍ରତିଦିନ ଖାଲି ପେଟରେ ଖାଇବାକୁ ପଡିବ । ଏବଂ ଗୋଟିଏ ମାସ ପରେ ଏହାକୁ ପୁଣି ଥରେ ଦୋହରାଇବା ଉଚିତ୍ ।

Coronavirus.

ଏହା ବ୍ୟତୀତ ଆଡଭାଇଜରିରେ ଆହୁରି ମଧ୍ୟ ପରାମର୍ଶ ଦିଆଯାଇଛି କି, କିଛି ଆୟୁର୍ବେଦିକ ଔଷଧ, ୟୁନାନୀ ଔଷଧ ଓ ଘରୋଇ ଉପଚାର ମଧ୍ୟ କରୋନା ଭାଇରସ ସହିତ ଲଢ଼ିବାରେ ଉପଯୋଗୀ ହୋଇପାରେ ।

ଏହି ସଂକ୍ରମଣରୁ ବଂଚିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ପଡିବ । ଅତିକମରେ ୨୦ ସେକେଣ୍ଡ ପର‌୍ୟ୍ୟନ୍ତ ସାବୁନ ଓ ପାଣିରେ ହାତ ଧୁଅନ୍ତୁ ଏବଂ ଆଖି, କାନ, ମୁହଁକୁ ମଇଳା ହାତରେ ଛୁଅନ୍ତୁ ନାହିଁ ।

Leave A Reply

Your email address will not be published.