Latest Odisha News

ପ୍ରତିଦିନ ଘରେ ବଜାନ୍ତୁ ଶଙ୍ଖ; ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୁଭ କମରେ ପ୍ରଥମେ ଶଙ୍ଖକୁ ଖୋଜା ଯାଏ । ସତେ ଯେପରି ଶଙ୍ଖ ଧ୍ୱନି ବିନା ସବୁ କାମ ଅଧୁର ରହିଯିବ। ମନ୍ଦିର ହେଉ ଅବା ଘରେ ପୂଜା ପର୍ବ ତଥା ଶୁଭ କାମରେ ଶଙ୍ଖ ଧ୍ୱନି ବାଜିଲେ ଚାରିଦିଗରେ ଏକ ଧାର୍ମିକ ଓ ଶାନ୍ତିର ବାତାବରଣ ଖେଳିଯାଏ ।

ଖାଲି ଧାର୍ମିକ ନୁହେ ଶଙ୍ଖ ଧ୍ୱନୀ ସହ ବେଜ୍ଞାନିକ ପ୍ରଭାବ ମଧ୍ୟ ରହିଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ଶଙ୍ଖ ବଜାଇବାର କିଛି ଫାଇଦା ବିଷୟରେ , ଯାହାକୁ ବିଜ୍ଞାନ ଦ୍ୱାରା ମଧ୍ୟ ସ୍ପଷ୍ଟ କରାଯାଇଛି..

ଶଙ୍ଖର ଧ୍ୱନୀର କମ୍ପନରେ ଚାରିପାଖରେ ଥିବା ଜୀବଣୁ ନଷ୍ଟ ହୋଇଥାନ୍ତି । ମଶାମାନେ ବି ପଳାୟନ କରିଥାନ୍ତି ।

ନିୟମିତ ଶଙ୍ଖ ବଜାଉଥିବା ଲୋକଙ୍କୁ ହାର୍ଟ ଆଟାକ୍ ବା ହୃଦଘାତର ଆଶଙ୍କା ଅପେକ୍ଷାକୃତ କମ୍ ରହିଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ଶରୀର ମଧ୍ୟରେ ସମସ୍ତ ରାସ୍ତା ସଫା ହୋଇଯାଏ । ଏପରି କରିବା ଦ୍ୱାରା ଫୁସଫୁସ ବି ସୁସ୍ଥ ରହିଥାଏ ।

କୁହାଯାଏ ରାତିରେ ଶଙ୍ଖରେ ପାଣି ପୁରାଇ ରଖି ଏହା ପର ଦିନ ସେଥିରେ ଗୋଲାପ ଜଳ ମିଶାଇ କେଶ ଧୁଅନ୍ତୁ । ଏପରି କରିବା ଦ୍ୱାରା କେଶ କେବେ ଧଳା ହୁଏନାହିଁ । ସେହି ପରି ଶଙ୍ଖରେ ପାଣି ରଖି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ ବୋଲି କୁହାଯାଏ।

ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ।

ଯେଉଁ ଘରେ ନିୟମିତ ଶଙ୍ଖ ଫୁଙ୍କାଯାଏ, ସେଠାରେ ନକାରାତ୍ମକତା ପ୍ରବେଶ କରି ନଥାଏ । କୁହାଯାଏ ଯେ, ଶଙ୍ଖ ପଜାଇଲେ ସେଥିରୁ ଓମ୍ ସ୍ୱର ବାହାରିଥାଏ ଯାହା ସମସ୍ତ ନକରାତ୍ମକ ଶକ୍ତିକୁ ଦୁରେଇ ରଖିଥାଏ ।।

Leave A Reply

Your email address will not be published.