Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ

ତା ୨୭-୮-୨୦୨୦ ଗୁରୁବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

 ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୭ ରିଖ ଗୁରୁବାର ସିଂହ ୧୨ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର  

 ଘାତ ବାର:- ତୁଳା ଓ କୁମ୍ଭ ରାଶିର   

ଘାତ ଚନ୍ଦ୍ର:- ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର   

ଆଜି: ଲାଉ ଓ କଳମ୍ବି ଶାଗ ଖାଇବା ନିଷେଧ

ମେଷ

ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ଧନ,ମାନ ସମ୍ମାନର ଅଧିକାରୀ ହେବେ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସନୀୟ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ

ବୃଷ

କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।ଶତୃମାନେ ପରାଜୟ ହେବେ ।ମହିଳାମାନେ ନିଜ ପରିବାରରେ ଆଦରଣିୟ ହେବେ ।ଶରୀର ସୁସ୍ଥ ରହିବ

ମିଥୁନ

ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର୍ଯ୍ଯରେ ବାଧା ବିଘ୍ନ ସୃଷ୍ଟି ହେବ ।ଶାରୀରିକ ପୀଡା ଦେଖା ଦେଇପାରେ ।

କର୍କଟ

ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ ।ବିଚାରଧୀନ ମାଲିମକଦମାରେ ବିଜୟୀ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ । ଅର୍ଥାଗମ ହେବ । ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ

ସିଂହ

ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।କ୍ରମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

କନ୍ୟା

ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ଯଶ ଗୌରବ ବୃଦ୍ଧି ପାଇବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ କ୍ଷେତ୍ରରେ ସଫଳତା ପାଇବେ ।

ତୁଳା

ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।

ବିଛା

ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ସଫଳତା ମିଳିବ ।ପରିବହନ ଜାତୀୟ ବ୍ଯବସାୟରେ ଯଥେଷ୍ଟ ଲାଭବାନ ହେବେ ।

ଧନୁ

ଉତ୍ତମ ବ୍ଯବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଯଗିରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି ।କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ମକର

ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।

କୁମ୍ଭ

ଅର୍ଥ ହାନୀ କାର୍ଯ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ ।ଯାନବାହନ ଚାଳନାର ସର୍ତକତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଜଗିରଖି ଚଳନ୍ତୁ ।

ମୀନ

ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ଯକୁ ସମ୍ପୁର୍ଣ୍ଣ କରିବେ ।ଜମିଜମା ଜାତୀୟ ବ୍ଯବସାୟରେ ଲାଭବାନ ହେବେ ।ଶତୃମାନେ ପରାଜିତ ହେବେ ।

Leave A Reply

Your email address will not be published.