Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ରଜ ପରେ ଓଡ଼ିଶା ଛୁଇଁବ !

ଭୁବନେଶ୍ୱର: ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଇଛି । ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପ୍ତି ସୂଚାଉଛି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

ୱେଦର ମ୍ୟାନ ବିଶ୍ୱଜିତ ସାହୁଙ୍କ ସୂଚନା ଅନୁସାରେ, ରଜ ପରେ ଜୁନ୍ ୧୮ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ଜୁନ୍ ଶେଷ ସପ୍ତାହରୁ ଭଲ ମୌସୁମୀ ବର୍ଷା ଅଗଷ୍ଟ ଯାଏ ଲାଗି ରହିବ । ତେବେ ଚଳିତବର୍ଷ ମୌସୁମୀ ଓଡ଼ିଶା ଛୁଇଁବା ବେଳେ ସ୍ୱାଭାବିକ ବର୍ଷା ହୋଇ ନପାରେ ବୋଲି କହିଛନ୍ତି ବିଶ୍ୱଜିତ୍ ସାହୁ ।

Leave A Reply

Your email address will not be published.