ଭୁବନେଶ୍ୱର : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ । ସିଡିଏସଙ୍କ ସମେତ ୧୩ ଜଣଙ୍କ ବିୟୋଗରେ ଶୋକପ୍ରସ୍ତାବ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ ଜଣାଇଲେ ।
ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଧାନସଭାକୁ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ।
୧୩ ଜଣଙ୍କ ବିୟୋଗରେ ବିଧାନସଭାରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା ହୋଇଛି । ଦିବଙ୍ଗତଙ୍କ ଆତ୍ମାଙ୍କୁ ସଦଗତି ପାଇଁ ଗୃହରେ ନୀରବ ପ୍ରାର୍ଥନା ହୋଇଛି ।
Comments are closed.