Latest Odisha News

BREAKING NEWS

ରାୟଗଡ଼ା ଜିଲ୍ଲାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ଭାରତୀୟ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରଥମେ କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତିଭାବେ ଅନିଲ ସାହୁକାର, ସମ୍ପାଦକଭାବେ ଜୟରାମ ମହାପାତ୍ର ଏବଂ ମୁଖ୍ୟ ଆଇନ ଉପଦେଷ୍ଟାଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ବାଇଟ୍ସର ପ୍ରମୋଦ କୁମାର ସାହୁ ନିର୍ବାଚିତ ହୋଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ସାମ୍ବାଦିକ ଏବଂ ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ର ହୋଇଥିଲା । ପ୍ରମୋଦ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ସୂଚନା ଏବଂ ପ୍ରସାରଣ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ । ସେ କହିଲେ, ସାମ୍ବାଦିକମାନେ ସତ୍ୟ ଏବଂ ପ୍ରକୃତ ତଥ୍ୟ ଉପସ୍ଥାପନା କଲେ ଜିଲ୍ଲା ତଥା ରାଜ୍ୟର ବହୁବିଧି ସମସ୍ୟାର ସମାଧାନ ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅନିଲ ସାହୁକାର, ଜୟରାମ ମହାପାତ୍ର, ପ୍ରଶାନ୍ତ କର ପ୍ରମୁଖ ଯୋଗଦେଇଥିଲେ ।

ଖୁବ୍ ଶୀଘ୍ର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସହ ସେମାନଙ୍କ ପାଇଁ ପେନସନ ଏବଂ ମାସିକ ଭତ୍ତା ପାଇଁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳ ଏବଂ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ । ଏନେଇ ରାୟଗଡ଼ା ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘର ମୁଖ୍ୟ ଆଇନ ଉପଦେଷ୍ଟା ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି । ଶେଷରେ ଅତିଥିମାନଙ୍କୁ ମୋମେଣ୍ଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.