Latest Odisha News

BREAKING NEWS

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍ ସୁଟିଂକୁ ଅନୁମତି ମିଳିଛି। ଏହାଛଡ଼ା କରୋନା ପ୍ରୋଟୋକଲ ଦୃଷ୍ଟିରୁ ଅନେକ କଟକଣା ରହିଛି।ଏହାକୁ ନେଇ ଓଲିଉଡରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଭୂମିକା ଦାଶ,  ଅଭିନେତ୍ରୀ

-ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶଙ୍କ କହିବା କଥା, ବହୁତଗୁଡ଼େ କଟକଣାକୁ ନେଇ ସୁଟିଂ ପୁଣି ଆରମ୍ଭ କରିବା କଷ୍ଟକର ହେବ। କିନ୍ତୁ ଏ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ରୋଜଗାର ଦେବା ପାଇଁ ସୁଟିଂ ଆରମ୍ଭ କରିବାକୁ ପଡ଼ିବ। ଫିଲ୍ମ ସୁଟିଂ ଓ ରିଲିଜକୁ ନେଇ ଯେଉଁ ଉତ୍ସାହ ଓ ସରରମ ମାହୋଲ ଥାଏ ତାହା ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ଭୂମିକା। ଗତ ବର୍ଷର ଏକାଠି ହେବା, କାମ କରିବା ସବୁ କିଛି ମନେ ପଡୁଛି। ତେବେ କେବେ ସମ୍ପୂର୍ଣ୍ଣ ସ୍ଵାଭାବିକ ପରିସ୍ଥିତି ଫେରିବ ତାହା କଳ୍ପନା କରିବା କଷ୍ଟକର ବୋଲି ସେ କହିଛନ୍ତି। ତେବେ ଲୋକଙ୍କ ମନୋରଞ୍ଜନ ପାଇଁ ଆମକୁ କାମ କରିବାକୁ ପଡ଼ିବ। ଆମେ ସବୁ ପରିସ୍ଥିତିର ସାମ୍ନା କରି ସତର୍କତାର ସହ କାମ କରିବାକୁ ପ୍ରସ୍ତୁତ ହେଉଛୁ ବୋଲି ସେ କହିଛନ୍ତି।

ବିନି ପଟ୍ଟନାୟକ, ନିର୍ଦ୍ଦେଶକ

ସରକାରଙ୍କ ଜିଲ୍ଲାକୁ ନେଇ ‘ଏ’ ଓ ‘ବି’  କ୍ୟାଟେଗୋରି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପାଇଁ ଅଡୁଆ ପରିସ୍ଥିତ ସୃଷ୍ଟି କରିଛି। ଆଉଟୋର୍ ସୁଟିଂକୁ ନେଇ ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ଇନଡୋର୍ ସୁଟିଂ ଲୋକେସନ ସବୁ ‘ବି’ କ୍ୟାଟେଗୋରୀ ଜିଲ୍ଲାଗୁଡ଼ିକରେ ରହିଛି। ଆଜିାକାଲି ଫିଲ୍ମ ଗୁଡିକର ୭୦ ପ୍ରତିଶତ ଇନଡୋର୍ ଲୋକେସନରେ ହିଁ ହେଉଛି। ତେଣୁ ଆମେ କେବଳ ଆଉଟଡୋର୍ ସୁଟିଂ କରି କେମିତି ଫିଲ୍ମ ଶେଷ କରିବୁ ବୋଲି ପ୍ରଶ୍ନ କରିଛନ୍ତି ନିର୍ଦ୍ଦେଶକ ବିନି ପଟ୍ଟନାୟକ। ବିନ୍ନି ପଟ୍ଟନାୟକଙ୍କ ଦୁଇଟି ଫିଲ୍ମ ‘ ମୁଁ ତୁମକକୁ ଭଲପାଏ ଲୁଚିଲୁଚିକା’ ଓ ‘ତୁ ଚଗିଲି ମୁଁ ଚଗଲା’ର ମୁହୁରତ ହୋଇଯାଇଛି। ହେଲେ କୋଭିଡ୍ ପାଇଁ ସୁଟିଂ ଆରମ୍ଭ ହୋଇପାରିନାହିଁ। ସେ କହିଛନ୍ତି ସୁଟିଂକୁ ନେଇ ସରକାରଙ୍କ ନିଷ୍ପତ୍ତି ମିଥ୍ୟା ଆଶ୍ଵାସନା ପରି ଲାଗୁଛି। ଥିଏଟର ଓ ହଲରେ ଫିଲ୍ମର ପ୍ରିମିୟର ଦେଖିବାକୁ ମଜା ଲାଗୁଥିଲା। ସେମିତି ସମୟ କେବେ ଫେରିବ ତାହାକୁ ଅପେକ୍ଷା କରିଛୁ।

 

ସଚ୍ଚିକାନ୍ତ ଜେନା, ପ୍ରଯୋଜକ

ସରକାରଙ୍କ ଆଉଟଡୋର୍ ସୁଟିଂ ଅନୁମତିକୁ ସମାଲୋଚନା କରିଛନ୍ତି ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା। ସେ ପ୍ରଶ୍ନ କରିଛନ୍ତି ଯେ, ବର୍ଷା ଦିନେ ଆଉଟଡୋର୍ ସୁଟିଂ କେମିତି ହେବ। ଆମ ପାଇଁ ଇନଡୋର୍ ସୁଟିଂ ମାନେ କଟକ ଭୁବନେଶ୍ଵର। ଆମେ ଏ କ୍ୟାଟେଗୋରି ଜିଲ୍ଲାରେ ଇନଡୋର ସୁଟିଂ କରିବା ଅସମ୍ଭବ। ଲକଡାଉନ ସମୟରେ ଲୋକେ ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି। ହେଲେ ଯଦି ଆମେ ସୁଟିଂ ନ କରିବୁ ତେବେ ଦର୍ଶକ ଦେଖିବେ କଣ। ସଚ୍ଚିକାନ୍ତ ଜେନା ୨ଟି ଫିଲ୍ମ ‘ହୀରାଲାଲ ମୋତିଲାଲ୍’ର ପ୍ରଯୋଜନା କରୁଛନ୍ତି। ଏ ଦୁଇଟି ଫିଲ୍ମର ସୁଟିଂ ଆରମ୍ଭ କରିବାରୁ ଅପେକ୍ଷା କରିଛନ୍ତି ଶ୍ରୀ ଜେନା

 

Leave A Reply

Your email address will not be published.