ମୁମ୍ବାଇ: ରାଜନୀତିରେ ବ୍ୟକ୍ତିଗତ ବିଦ୍ୱେଷ ଭାବ ରଖିବା ଶିବସେନା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଘର ଭାଙ୍ଗିବା ନେଇ ବୁଧବାର ଏନସିନି ଓ କଂଗ୍ରେସ ଶିବସେନାକୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ପ୍ରତିଶୋଧର ରାଜନୀତି ବେଶି ଦିନ ତିଷ୍ଠିବ ନାହିଁ । ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଏହା ଏକ ଅନାବଶ୍ୟକ ଓ ଦାୟିତ୍ୱହୀନତା କାର୍ଯ୍ୟ ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ସବୁଠାରୁ ବଡ କଥା ମୁମ୍ବାଇ କୋର୍ଟ ବିଏମସିକୁ ଘର ନ ଭାଙ୍ଗିବା ପାଇଁ ଆଦେଶ ଦେବା ପରେ ମଧ୍ୟ ଏହା ଜାରି ରହିଥିଲା । ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ମହାରାଷ୍ଟ୍ର ପୋଲିସ ଓ ସରକାରଙ୍କ କାର୍ଯ୍ୟକୁ ନେଇ ମୁହଁ ଖୋଲିଥିଲେ । ଫଳରେ ଶିବସେନା ତାଙ୍କୁ ଟାର୍ଗେଟ କରିଛି ।
Comments are closed.