ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍ଡେ । ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀ ସ୍ୱାଧୀନ ଭାରତ ପାଇଁ କରିଥିବା ଲଢ଼େଇ ଏକ ଡ୍ରାମା ଥିଲା ବୋଲି ସେ କହିଛନ୍ତି । ଗାନ୍ଧିଜୀଙ୍କୁ କାହିଁକି ମହାତ୍ମା ବୋଲି ଡକାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ବ୍ରିଟିଶ ସରକାର ସହମତି ଓ ସମର୍ଥନରେ ହୋଇଥିବା ଏକ ବଡ ନାଟକ ଥିଲା । ସତ୍ୟାଗ୍ରହ ଏବଂ ଆମରଣ ଅନଶନ ବି ଗୋଟିଏ ଡ୍ରାମା ଥିଲା । ଅନଶନ ଏବଂ ସତ୍ୟାଗ୍ରହ ଯୋଗୁ ଦେଶକୁ ସ୍ୱାଧୀନତା ମିଳିଛି ବୋଲି ଲୋକେ ଭାବୁଛନ୍ତି, କିନ୍ତୁ ଏହା ସତ୍ୟ ନୁହେଁ ବୋଲି ସେ କହିଥିଲେ ।
ହେଗଡେଙ୍କ ଏପରି ମନ୍ତବ୍ୟକୁ ନେଇ କଂଗ୍ରେସ କଡା ସମାଲୋଚନା କରିଛି । କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, ବିଜେପି ଭଳି ଦଳ ଯିଏ ବ୍ରିଟିଶ ସରକାରର ଚମ୍ଚାଗିରି କରୁଥିଲା, ତା’ଠାରୁ ଗାନ୍ଧିଜୀଙ୍କ ସାର୍ଟିଫିକେଟ ଦରକାର ନାହିଁ । ଅନନ୍ତ ହେଗଡେ ସେହି ସଂଗଠନ ସହ ଜଡିତ, ଯିଏ ତ୍ରିରଙ୍ଗାକୁ ବିରୋଧ କରୁଥିଲା । ବିଜେପିରେ ଯେଉଁଭଳି ଭାବେ ନାଥୁରାମ ଗଡସେଙ୍କ ଭକ୍ତ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ଦୃଷ୍ଟିରେ ରଖି ବିଜେପି ନିଜ ଦଳର ନାଁ ବଦଳାଇ ନାଥୁରାମ ଗଡ୍ସେ ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ସେପଟେ ହେଗଡେଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ମଧ୍ୟ ବ୍ୟାକ୍ଫୁଟ୍ରେ ରହିଛି । ବିନା ସର୍ତରେ ଖୁବ୍ଶୀଘ୍ର ହେଗଡେ କ୍ଷମା ମାଗନ୍ତୁ ବୋଲି ଦଳ ତାଙ୍କୁ ଚରମବାଣୀ ଶୁଣାଇଛି ।
BREAKING NEWS
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
Comments are closed.