Latest Odisha News

ଆଫଗାନିସ୍ଥାନରୁ ଆସିବ ପିଆଜ; ଦରବୃଦ୍ଧି ନେଇ ବଢିଲା ଖାଉଟୀଙ୍କ ଚିନ୍ତା !

କଟକ/ଭୁବନେଶ୍ୱର: ନିକଟରେ ପିଆଜ ଦର ହ୍ରାସ ହେବାର କୌଣସି ସମ୍ଭାବନା ନଥିବାରୁ ଓଡ଼ିଶାର ଖାଉଟୀଙ୍କ ଏବେ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ ।

ଏସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁକ୍ରବାର ଦିନ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ଯେ, ମହାରାଷ୍ଟ୍ରର ଲସଲଗାଓଁରେ ଥିବା ଏସିଆର ବୃହତ ପିଆଜ ମଣ୍ଡିରେ ଏବେ କ୍ୱିଣ୍ଟାଲ୍ ପ୍ରତି ୧୨,୦୦୦ ରୁ ୧୩,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଯୋଗାଣ ବୃଦ୍ଧି ହେବା ସହିତ ଦର ମଧ୍ୟ ସେହି ଅନୁସାରରେ ବଢିବାରେ ଲାଗିଛି ।

ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶର ଖାଉଟୀଙ୍କ ଚାହିଦାକୁ ଲକ୍ଷ୍ୟ କରି ଇଜିପ୍ଟରୁ ପିଆଜ ଆମଦାନୀ କରିଥିଲେ ମଧ୍ୟ ଏହାର ଦର ଏବଂ ଆକାର ଖାଉଟୀଙ୍କ ପସନ୍ଦଯୋଗ୍ୟ ନୁହେଁ । “ଏହାବ୍ୟତୀତ, କେତେକ କଟକଣା ଯୋଗୁଁ ତୁର୍କୀ ଓ ଶ୍ରୀଲଙ୍କାରୁ ପିଆଜ ଆମଦାନୀ ପ୍ରାୟ ବନ୍ଦ ହୋଇଯାଇଛି । ଏବେ ଆମେ ଶୁଣିବାକୁ ପାଉଛୁ ଯେ, କେନ୍ଦ୍ର ସରକାର ଆଫଗାନିସ୍ଥାନରୁ ପିଆଜ ଆମଦାନୀ କରିବାକୁ ଯାଉଛନ୍ତି,” ବୋଲି ଶ୍ରୀ ସାହୁ କହିଛନ୍ତି ।

ମହାରାଷ୍ଟ୍ରରୁ ଅଧିକ ପିଆଜ ଆସିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ପାଣିପାଗ ସୂଚନାନୁଯାୟୀ ବର୍ଷା ସମ୍ଭାବନା ରହିଛି । “ଆଗାମୀ ୨ ସପ୍ତାହ ପରେ ପାଣିପାଗ ସ୍ୱାଭାବିକ ଅବସ୍ଥାକୁ ଆସିବା ପରେ ମହାରାଷ୍ଟ୍ରରୁ ପିଆଜ ଆମଦାନୀ ହେବ,” ବୋଲି ଶ୍ରୀ ସାହୁ କହିଛନ୍ତି ।

ବ୍ରହ୍ମପୁରର ଜଣେ ପିଆଜ ବ୍ୟବସାୟୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଖରାପ ହୋଇଯାଇଛି ଏବଂ ସେଗୁଡ଼ିକୁ ବେଶୀଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖାଯାଇପାରିବ ନାହିଁ । ଏପରିକି ଏହି ପିଆଜ ଗୁଡ଼ିକ ଦୈନିକ ବଜାରରେ ବିକ୍ରୀ ଯୋଗ୍ୟ ନୁହେଁ ।

Leave A Reply

Your email address will not be published.