Latest Odisha News

ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଭୁବନେଶ୍ଵର: ଆଗାମୀ ଦିନରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ, ବିକ୍ଷୋଭ, ରାଲି ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସର ୩୫ ଗୋଟି ସାଂଗଠନିକ ଜିଲ୍ଲା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏହି ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସହଯୋଗ କରି ଜିଲ୍ଲା କାର୍ଯ୍ୟକ୍ରମକୁ ସଫଳ କରାଇବେ।

ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ ଲଲାଟେନ୍ଦୁ ଦାସ ଓ ଅନିମା ମିଂଜ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ବାଲେଶ୍ଵରରୁ ବନ୍ଦିତା ପରିଡ଼ା ଓ ପଦ୍ମାକର ଗୁରୁ, ବରଗଡ଼ରୁ ଘାସିରାମ ମାଝୀ ଓ ଫାରକୁ ମହମ୍ମଦ, ଭଦ୍ରକରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଅଜିତ ଜେନା (ମୟୁରଭଞ୍ଜ), ଭୁବନେଶ୍ଵରରୁ ଡ. ଦେବାଶିଷ ପଟ୍ଟନାୟକ, ବଲାଙ୍ଗିରରୁ ନିଳମାଧବ ହିକକା ଓ ମନୋଜ ବିଶ୍ଵାଳ, ବୌଦ୍ଧରୁ ସଂଗ୍ରାମ କେଶରୀ ମହାନ୍ତି, କଟକରୁ ଡ. ଲଲାଟେନ୍ଦୁ ମହାପାତ୍ର, କଟକ ସିଟିରୁ ମନୋଜ ଜେନା ଓ ହିଂମାଶୁ ଲେଙ୍କା, ଦେଓଗଡ଼ରୁ ସଂଗ୍ରାମ କେଶରୀ ଦାସ, ଢ଼େଙ୍କାନାଳରୁ ଚିନ୍ମୟ ସୁନ୍ଦର ଦାସ ଓ ବିଶ୍ଵଜିତ ଦାଶ, ଗଞ୍ଜାମ (ପୂର୍ବ)ରୁ ବିଧାୟକ ପ୍ରଫୁଲ ପ୍ରଧାନ ଓ ପ୍ରଦୀପ କୁମାର ଦାସ, ଗଞ୍ଜାମ (ପଶ୍ଚିମ)ରୁ ଅଭିମନ୍ୟୁ ବେହେରା ଓ ବିଜୟ କୁମାର ପ୍ରଧାନ ନିଯୁକ୍ତ ହୋଇଛନ୍ତି ।

ସେହିପରି ଗଜପତିରୁ ଦୁର୍ଗା ପଣ୍ଡା, ଜଗତସିଂହପୁରରୁ ରାଜକିଶୋର ବାରିକ ଓ ସିଦ୍ଧାର୍ଥ ମହାନ୍ତି, ଯାଜପୁରରୁ ଚିନ୍ମୟ ପ୍ରସାଦ ବେହୁରା ଓ ସୁଦର୍ଶନ ଦାସ, ଝାରସୁଗୁଡ଼ାରୁ ସିଦ୍ଧାର୍ଥ ସ୍ଵରୂପ ଦାସ, କଳାହାଣ୍ଡିରୁ ମନୋରଞ୍ଜନ ତ୍ରିପାଠୀ ଓ ଅଜିତ ଦାସ, କନ୍ଧମାଳରୁ ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ାରୁ ଶାନ୍ତାୟନ ମିଶ୍ର, କେନ୍ଦୁଝରରୁ ପୃଥ୍ବଲ୍ଲଭ ପଟ୍ଟନାୟକ ଓ ସସ୍ମିତା ବେହେରା, ଖୋର୍ଦ୍ଧାରୁ ସୁଜିତ ପାଢ଼ୀ ଓ ବାଙ୍କନିଧ ବେହେରା, କୋରାପୁଟରୁ ବିଧାୟକ ସତ୍ୟଜିତ ଗମାଙ୍ଗୋ, ମୟୁରଭଞ୍ଜ (ପୂର୍ବ)ରୁ ଯଶବନ୍ତ ଲାଗୁରି ଓ ତରୁଣ ମିଶ୍ର, ମୟୁରଭଞ୍ଜ (ପଶ୍ଚିମ)ରୁ ନଳିନୀ ମହାନ୍ତି, ମାଲକାନଗିରିରୁ ବିଧାୟକ ପବିତ୍ର ସାଉଂଟା ଓ ଦ୍ବାରିକା ମହାପାତ୍ର ନିଯୁକ୍ତ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ବଳଭଦ୍ର ମାଝୀ ଓ ପୁରୁଷୋତମ ଗୁପ୍ତା, ନୂଆପଡ଼ାରୁ ମୂରଲିଧର ନାୟକ, ନୟାଗଡ଼ରୁ ଅମିୟ ପଟ୍ଟନାୟକ ଓ ୟାସିର ନୱାଜ, ପୁରୀରୁ ମନୋରଞ୍ଜନ ଦାଶ ଓ ମନୋରଞ୍ଜନ ପଟ୍ଟନାୟକ, ରାୟଗଡ଼ାରୁ ଦ୍ରୌପଦୀ ମାଝୀ ଓ ପ୍ରଦୀପ ମହାପାତ୍ର, ରାଉରକେଲାରୁ ରାଜ କିଶୋର ଷଡ଼ଙ୍ଗୀ, ସମ୍ବଲପୁରରୁ ସନ୍ତୋଷ ସିଂ ସାଲୁଜା ଓ ବିଜୟାନନ୍ଦ ଚାଉଳିଆ, ସୁବର୍ଣ୍ଣପୁରରୁ ରତିକାନ୍ତ କାନୁନଗୋ ଓ ଗଣେଶ ସାହୁ, ସୁନ୍ଦରଗଡ଼ରୁ ମାନସ ମଲ୍ଲିକ ଓ ରଞ୍ଜନ ସେଠୀ ଦାୟିତ୍ୱରେ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।

Comments are closed.