Latest Odisha News

ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ପ୍ରତିବାଦ । ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଥିବା ବେଳେ, ଏବେ ଓଡ଼ିଶା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଆସନ୍ତା ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ଘଣ୍ଟ ଘୋଡାଉଥିବା କଂଗ୍ରେସ ଅଭିଯୋଗ କରିଛି ।

ମମିତା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ହେଉଥିବା ବେଳେ, ତାଙ୍କୁ କଣ ପାଇଁ ବହିଷ୍କାର କରାଯାଉନି । ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ ହେଉନାହିଁ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ, ଅପରାଧ ମଧ୍ୟ ମୁଣ୍ଡ ଟେକିଲେଣି । ହତ୍ୟା, ଗଣଦୁଷ୍କର୍ମ, ମାନବ ଚାଲାଣ ଏବଂ ନିଶା କାରବାର ବଢ଼ିବାରେ ଲାଗିଛି । ଆସନ୍ତା ୧୦ ଦିନ ମଧ୍ୟରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାନଗଲେ, ୧୨ ତାରିଖରେ ଓଡ଼ିଶା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

Comments are closed.