Latest Odisha News

BREAKING NEWS

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ

ପୁରୀ: ଏବେ ଚାଲିଛି ନାମାଙ୍କନ ପର୍ବ । ଗତକାଲି ଅନ୍ୟ ଦଳ ଗୁଡିକ ପରେ ଆଜି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗରେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଉପସ୍ଥିତ ରହିଥିଲେ ।

ନାମାଙ୍କନ ଦାଖଲ ପରେ, ସତ୍ୟବାଦୀ ଅଂଚଳର ଜନ ସାଧରଣଙ୍କ ମୌଳିକ ସମସ୍ୟା କୁ ଭିତ୍ତିକରି ସେ ଆଗାମୀ ନିର୍ବାଚନରେ ସତ୍ୟବାଦୀ ବାସିନ୍ଦାଙ୍କ ଅସ୍ଥାଭାଜନ କରିବା ସହ ଭୋଟ୍ ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।

ସେପଟେ ସାଂସଦ ସୁଚରିତା ମହାନ୍ତି ସାମାଜିକ ଗଣମାଧ୍ୟମରେ ବାରକୋଡ୍ ଛାଡି ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ।

 

Leave A Reply

Your email address will not be published.