Latest Odisha News

BREAKING NEWS

ଲକ୍ଷ୍ମୀପୁର ଲଢେଇ “କୁଲେସିକା” ଟୁଇଷ୍ଟ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ହିଁ ଧୋକା, ପ୍ରତାରଣାକୁ ନେଇ ଚର୍ଚ୍ଚାରେ ରହିଛି ଲକ୍ଷ୍ମୀପୁର ବିଧାନସଭା ଆସନ । ବିଜେଡି ଟିକେଟ୍ ଘୋଷଣା  ପରେ ବିସ୍ଫୋରକ ବୟାନ ଦେଇଥିଲେ ଆଶାୟୀ ପ୍ରାର୍ଥୀ ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେତେବେଳେ ବିଜେଡି ତାଙ୍କୁ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବୋଲି ସେ କହିଥିଲେ । ହେଲେ ଟିକେଟ୍ ଘୋଷଣା ବେଳେ କୈଳାଶଙ୍କ ଜାଗାରେ ପ୍ରଭୂ ଜାନିଙ୍କୁ ପ୍ରାର୍ଥୀ କଲା ଦଳ । ଟିକେଟ୍ ଆଶାରେ ବସିଥିବା କୈଳାଶ କୁଲେଶିକାଙ୍କୁ ବିଜେଡି ଧୋକା ଦେଇଥିବା ସେ ଖୋଲାଖୋଲି ଅଭିଯୋଗ କରିଥିଲେ । ଏହାପରେ ବିଜେଡିରୁ ଇସ୍ତଫା ଦେବା ସହ ରାତାରାତି ଦଳ ବଦଳାଇ ବିଜେପିରେ ସାମିଲ ହୋଇଥିଲେ କୈଳାଶ । ଏହାପରେ ଗୋଳମାଳିଆ ହୋଇଛି ଲକ୍ଷ୍ମୀପୁର ରାଜନୈତିକ ପାଣିପାଗ ।

୨୦୧୪ରେ ୫୩ ହଜାରରୁ ଅଧିକ ଭୋଟ ପାଇଥିବା କୈଳାଶ କୁଲେସିକା ହେମା ଗମାଙ୍ଗଙ୍କୁ ୨୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ୨୦୧୯ରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ବିଜେଡିର ପ୍ରଭୂ ଜାନି ମାତ୍ର ୨୨୯ଭୋଟରେ ତାଙ୍କଠାରୁ ଜିତିଥିଲେ । ଏଥର ବିଜେଡି ଟିକେଟରୁ ଲଢିବାକୁ ଆଶା ରଖିଥିବା କୁଲେସିକାଙ୍କୁ ଦଳରୁ ଧକ୍କା ଲାଗିବା ପରେ ସେ ବିଜେପିରେ ମିଶିଛନ୍ତି । ବିଜେପି ତାଙ୍କୁ ଲକ୍ଷ୍ମୀପୁରରୁ ପ୍ରାର୍ଥୀ ବି କରିଛି । ତେଣୁ ଲକ୍ଷ୍ମୀପୁର ଏଥର ଦେଖିବ ପ୍ରତାରଣା ପରେ ପ୍ରତିଶୋଧର ଲଢେଇ । ତେବେ ଲକ୍ଷ୍ମୀପୁର ବିଧାନସଭାରେ ଥରେ ବି ଜିତିନି ବିଜେପି ।

୨୦୧୯ରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଭୂ ଜାନି ଲକ୍ଷ୍ମୀପୁର ଖୁବ୍ କମ ବ୍ୟବଧାନରେ ଜିତିଥିଲେ । ଏଥର ବି ମଇଦାନରେ ସେ ବେଶ୍ ଆକ୍ଟିଭ ରହିଛନ୍ତି । ବିଜେଡି ଓ ବିଜେପି ଦୁଇ ପୁରୁଣା ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଯୁବ ଚେହେରା ପବିତ୍ର ସାଉନ୍ତାଙ୍କୁ ଭରସା କରିଛି ।

Leave A Reply

Your email address will not be published.