Latest Odisha News

BREAKING NEWS

୪ ସଂସଦୀୟ ସମିତିରୁ କୌଣସି ଗୋଟିଏରେ ଅଧ୍ୟକ୍ଷ ପଦ ଦେବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦୀୟ ପରମ୍ପରାକୁ ଅସମ୍ମାନ କରୁଛନ୍ତି। ଏପରି ଅଭିଯୋଗ ଆଣିଛି କଂଗ୍ରେସ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଂଗ୍ରେସ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଏହାକୁ ଚାରି ପ୍ରମୁଖ ବିଭାଗର ସଂସଦୀୟ ସମ୍ମିତିର ଅଧ୍ୟକ୍ଷ ପଦରୁ କୌଣସି ଗୋଟିକରୁ ଅଧ୍ୟକ୍ଷ ଦିଆଯାଉ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ସରକାର ପ୍ୟାନେଲକୁ ନେଇ ଏକ ତରଫା ନିଷ୍ପତ୍ତି ନେଇଛନ୍ତି ଏବଂ ପ୍ରମୁଖ ବିରୋଧୀ ଦଳକୁ ଅପମାନିତ କରିଛନ୍ତି।

ଆଇଟି ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ପଦରୁ କଂଗ୍ରେସକୁ ହଟାଯାଇଥିବା ଅଭିଯୋଗ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ସେପ୍ଟେମ୍ବର ୨୧ରେ ଓମ୍ ବିର୍ଲାଙ୍କୁ ସେ ଚିଠି ଲେଖିକହିଛନ୍ତି, ମୁଁ ପୂର୍ବ ଚିଠିର ଉତ୍ତରକୁ ଅପେକ୍ଷା କରିଛି, କିନ୍ତୁ ମୋତେ ମୌଖିକ ଭାବେ କୁହାଯାଇଥିଲା ଯେ, ସୂଚନା ପ୍ରୟୁକ୍ତି ସମ୍ପର୍କିତ କମିଟିରେ ସରକାରଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଅଧୀର ଚୌଧୁରୀ ଦାବି କରିଛନ୍ତି ଯେ ଯଦି ଆଇଟି କମିଟିର ମୁଖ୍ୟ (ଶଶୀ ଥରୁର) ସ୍ୱାଧୀନ ଭାବେ କାମ କରୁଛନ୍ତି ଏବଂ କମିଟି ସ୍ୱାଧୀନ ସ୍ୱର ପ୍ରକାଶ କରୁଛି ଏବଂ ସରକାର ଏହାକୁ ଗ୍ରହଣ କରିବାକୁ ସକ୍ଷମ ହେଉନାହାନ୍ତି, ଏହାର ଅର୍ଥ ସଂସଦୀୟ କମିଟିଗୁଡ଼ିକୁ ସେ ଏକ ପରିହାସ କରୁଛନ୍ତି । ଯଦି ସରକାର ଆମକୁ ଏକ ପ୍ରମୁଖ ବିରୋଧୀ ଦଳ ଭାବେ ସୂଚନା ପ୍ରୟୁକ୍ତି କମିଟିର ଅଧ୍ୟକ୍ଷ ନଦେବାକୁ ଜିଦ୍ ଧରନ୍ତି, ତାହେଲେ ଆମେ ଅର୍ଥ, ଗୃହ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ସଙ୍କ୍ରାନ୍ତ ସଂସଦୀୟ କମିଟି ମଧ୍ୟରୁ ଅନ୍ତତଃ ଗୋଟିଏର ଅଧ୍ୟକ୍ଷ ଚାହୁଁଛୁ।

Leave A Reply

Your email address will not be published.