Latest Odisha News

BREAKING NEWS

ବିଜେଡି-ବିଜେପି ବାହାଘର ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ । କଂଗ୍ରେସ ଭବନ ପରିସରରେ ହୋଇଥିଲା ଏହି କାର୍ଯ୍ୟକ୍ରମ । ୧୦ଟି ପିଲାଙ୍କ ନାମ  ରହିଥିଲା ଚିଟଫଣ୍ଡ ଦୁର୍ନୀତି ବେବି, କୋଇଲା ଦୁର୍ନୀତି ବେବି, ଗୁଣ୍ଡା ବେବି, ମାସ୍କ ସ୍କାମ ବେବି, ତାମିଲ ବେବି, ଆଦିବାସୀଙ୍କ ଜମି ହଡ଼ପ ବେବି, ବେରୋଜଗାର ବେବି, ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି, ପାଓ୍ବାର ବିଲ୍ ସ୍କାମ ବେବି, ଦରଦାମ ବୃଦ୍ଧି ବେବି । ୧୦ଟି କାର୍ଟୁନ କଣ୍ଢେଇକୁ ୧୦ଟି ବିଜେଡି-ବିଜେପି ପିଲା କହି ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ । ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳୀୟ ନେତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ପରେ ୧୦ ପିଲାଙ୍କ ନାମ ସହ ରାଜ୍ୟରେ କ’ଣ କ’ଣ ଦୁର୍ନୀତି ହୋଇଛି କହିଥିଲେ ପ୍ରଭାରୀ ଅଜୟ କୁମାର । କିଛି ମାସ ତଳେ ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ବିଜେଡି-ବିଜେପି ମଧ୍ୟରେ ବାହାଘର କରାଇଥିଲା କଂଗ୍ରେସ । ଦଳର ଅଭିଯୋଗ ରହିଥିଲା ଦୀର୍ଘ ବର୍ଷ ହେଲା ବିଜଡି ଓ ବିଜେପି ସମ୍ପର୍କରେ ଅଛନ୍ତି । ତେଣୁ ପ୍ରତିକାତ୍ମକ ବିବାହରେ ସମ୍ପର୍କକୁ ସ୍ୱିକୃତି ଦେଇଥିଲା କଂଗ୍ରେସ । ଗତ ବର୍ଷ ତେଲେଙ୍ଗାନାରେ ମଧ୍ୟ ବିଜେପି ଓ ବିଆରଏସ ମଧ୍ୟରେ ବିବାହ କରାଇଥିଲା କଂଗ୍ରେସ ।

 

Comments are closed.