Latest Odisha News

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସାଂସଦ ଅଧୀର ରଞ୍ଜନ !

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଆଳର ଆଶ୍ରୟ ନେଇ ବିରୋଧୀଙ୍କ ସ୍ୱରକୁ କଣ୍ଠରୋଧ କରିବା ପାଇଁ ଶାସକ ଦଳ ବିଜେପି ଏକ ସୁଚିନ୍ତିତ ରଣନୀତି ତିଆରି କରିଛି।

ଅଧୀର ରଞ୍ଜନ ଚୌଧୁରୀ ସୂଚାଇ ଦେଇଛନ୍ତି ଯେ ସେ ଗୃହରୁ ନିଲମ୍ବିତ ହେବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ଏବଂ ଏହି ପ୍ରସଙ୍ଗରେ ସେ ଆବଶ୍ୟକ ଆଲୋଚନା ଜାରି ରଖିଛନ୍ତି। ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ଶାସକ ଦଳ ସୁଚିନ୍ତିତ ଯୋଜନା କରୁଛି।

କିନ୍ତୁ ଗୃହର ଚେୟାର ପ୍ରତି ସମସ୍ତ ସମ୍ମାନର ଜଣାଇ କହିଛନ୍ତି ଯେ ମୁଁ ଚେୟାରର ନିର୍ଦ୍ଦେଶକୁ ବିରୋଧ କରିପାରିବି ନାହିଁ। କିନ୍ତୁ ଯଦି ମୁଁ ଅନୁଭବ କରେ ଯେ କୋର୍ଟ ଦ୍ୱାରା ଏଭଳି ପରିସ୍ଥିତିର ସମାଧାନ ହୋଇପାରିବ, ତେବେ ମୁଁ ମଧ୍ୟ ଏହା କରିବାକୁ ଚେଷ୍ଟା କରିପାରିବି ବୋଲି ପଶ୍ଚିମବଙ୍ଗର ବହରାମପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ସାଂସଦ କହିଛନ୍ତି। ସଂସଦରେ କାହାକୁ ଅପମାନିତ କିମ୍ବା ବଦନାମ କରିବାର ଉଦ୍ଦେଶ୍ୟ ନାହିଁ ବୋଲି ସେ ସଫେଇ ଦେଇଛନ୍ତି।

ମୋଦ ସବୁ କଥା କହୁଛନ୍ତି କିନ୍ତୁ ମଣିପୁର ପ୍ରସଙ୍ଗରେ ନିରବ ବସିଛନ୍ତି। ‘ନୀରବ’ର ଅର୍ଥ ହେଉଛି ମୌନ ରହିବା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି। ଯଦି କୌଣସି କଥା ଅସଂସଦୀୟ ହୁଏ ତେବେ ବାଚସ୍ପତି ତାହାକୁ ଡିଲିଟ୍ କରିବାର ଅଧିକାର ରଖିଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି।

କାହିଁକି ଗୋଟିଏ କିମ୍ବା ଦୁଇଟି ଶବ୍ଦକୁ ସେମାନେ ଆକ୍ରମଣାତ୍ମକ ବୋଲି ଭୁଲ୍ ଭାବରେ ବୁଝିଥିଲେ ବୋଲି ସେ କହିଛନ୍ତି। ବିଶେଷାଧିକାର କମିଟି ଦ୍ୱାରା ତଦନ୍ତ ଶେଷ ନହେବା ଯାଏଁ କଂଗ୍ରେସ ସାଂସଦ “ବିଶୃଙ୍ଖଳିତ ଆଚରଣ” ପାଇଁ ଗୁରୁବାର ଲୋକସଭାରୁ ନିଲମ୍ବିତ ହୋଇଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଚୌଧୁରୀଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀମାନେ ଯେତେବେଳେ ବି ଭାଷଣ ଦେଉଛନ୍ତି କିମ୍ବା ବିତର୍କ ଚାଲିଛି ସେତେବେଳେ ସେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଏହି ପ୍ରସ୍ତାବକୁ ବାଚନିକ ଭୋଟରେ ପାରିତ କରାଯାଇଥିଲା।

Comments are closed.