Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫେଜଲ ପଟେଲ ସୂଚନା ପ୍ରଦାନ କରିଛନ୍ତି।

ଏକ ଟ୍ୱିଟ ଯୋଗେ ସେ ଜଣାଇଛନ୍ତି ଯେ, “ଗୁଜରାଟର ରାଜ୍ୟସଭା ସାଂସଦ ଆଜି ସକାଳ ୩.୩୦ ସମୟରେ ମୃତ୍ୟୁ ବରଣ କରିଛନ୍ତି। ‘ମୁଁ ବହୁତ ଦୁଃଖର ସହିତ ସୂଚନା ଦେଉଛି ଯେ, ମୋ ପିତା ଶ୍ରୀ ଅହମ୍ମଦ ପଟେଲଙ୍କର ଦେହାନ୍ତ ହୋଇଛି। ସେ ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପରେ ତାଙ୍କର ମଲ୍ଟିପୁଲ୍ ଅର୍ଗାନ ବିଫଳତା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା”।

ଅକ୍ଟୋବର ପ୍ରଥମ ସପ୍ତାହରେ ପଟେଲ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

କୋଭିଡ ସଂକ୍ରମଣ ହେବା ପରେ ପଟେଲ ତାଙ୍କର ସମସ୍ତ ଶୁଭେଚ୍ଛୁମାନଙ୍କୁ COVID-୧୯ ନିୟମ ଅନୁସରଣ କରିବାକୁ ଏବଂ ସାମାଜିକ ଦୂରତା ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ।

ଅହମ୍ମଦ ପଟେଲ ଲୋକସଭାରେ ତିନିଥର ଏବଂ ରାଜ୍ୟସଭାରେ ପାଞ୍ଚଥର ନିର୍ବାଚିତ ହୋଇଛନ୍ତି । ଅଗଷ୍ଟ ୨୦୧୮ ରେ ତାଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଅହମ୍ମଦ ପଟେଲ ୧୯୭୬ ମସିହାରେ ଗୁଜୁରାଟର ଭାରୁଚ ଜିଲ୍ଲାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.