Latest Odisha News

ଓଡ଼ିଶା କଂଗ୍ରେସ ନେତାଙ୍କ ସହ ବୈଠକ ପୂର୍ବରୁ ରାହୁଲ ଦେଲେ ବଡ଼ ବାର୍ତ୍ତା

ହାଇଦ୍ରାବାଦ: କଂଗ୍ରେସ ଏବଂ କନ୍ଦଳ ଏ ଦୁଇଟି ଶବ୍ଦ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଯେଉଁଠି କଂଗ୍ରେସ ରହିଛି ସେଠାରେ କନ୍ଦଳ ରହିଛି । ତେଣୁ ସାରା ଦେଶରେ କଂଗ୍ରେସ ଏବେ ଆଗକୁ ବଢିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତିରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଳ ଗୋଟାଉଛି କିପରି ଏକତ୍ରିତ ହୋଇ କେନ୍ଦ୍ରର ମୋଦୀ ସରକାରକୁ କଡା ଚ୍ୟାଲେଞ୍ଜ ଦେଇହେବ । ତେଣୁ ଚଳିତ ମାସରେ କଂଗ୍ରେସ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି।

ଆସନ୍ତାବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ଏବେଠାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଏହି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ କର୍ମୀ କହିଛନ୍ତି, ଯଦି ଦଳୀୟ ନେତାଙ୍କର ଅଭିଯୋଗ ରହିଛି ତାହେଲେ ଖୋଲିକରି କହିବା ଦରକାର । ହେଲେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ତେଣୁ ମିଡିଆରେ ନକହି ଆବଶ୍ୟକ ଫୋରମରେ କହିବା କଥା । କାରଣ ଅସନ୍ତୋଷ ମିଡିଆରେ କହିଲେ ଏହା ଦଳର ଭାବମୂର୍ତ୍ତି ଖରାପ କରୁଛି। ଏପରି କଲେ ଆଗାମୀ ଦିନରେ ଦଳ ବରଦାସ୍ତ କରିବ ନାହିଁ । ରାହୁଲ ଗାନ୍ଧୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୃଙ୍ଖଳା ଭିତରେ ରହିବା ପାଇଁ ଦଳୀୟ ନେତାଙ୍କୁ କହିଛନ୍ତି।

ରାହୁଲଙ୍କ ଏପରି ବୟାନ ସେମାନଙ୍କ ପାଇଁ ଅଧିକ ପ୍ରଯୁଜ୍ୟ ଯେଉଁମାନେ ଏବେ ଦିଲ୍ଲୀ ଗସ୍ତ କରୁଛନ୍ତି । ନୂଆ ପିସିସି ସଭାପତି କିଏ ହେବେ ସେ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା । ଏପରି ସ୍ଥିତିରେ ଅନେକ ନେତା ରହିଛନ୍ତି ଯେଉଁମାନେ ଖୋଲାଖୋଲି ଭାବେ ଦଳୀୟ କନ୍ଦଳକୁ ମିଡିଆରେ କହିବାକୁ ଭଲ ଉପଯୁକ୍ତ ଫୋରମ ମନେ କରନ୍ତି। ତେଣୁ 9 ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ବୈଠକ ବେଳେ ମିଡିଆରେ ଦଳର ଆଭ୍ୟନ୍ତରୀଣ ବିବାଦକୁ ନେଇ ମୁହଁ ଖୋଲିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଆଲୋଚନା କରିପାରନ୍ତି। ଯାହାକି ରାଜ୍ୟ କଂଗ୍ରେସର ଗୋଟିଏ ବଡ଼ ପୁରୁଣା ରୋଗ ବୋଲି କୁହଯାଏ।

 

ନିକଟରେ ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଥିଲେ, କଂଗ୍ରେସରେ ପରସ୍ପର ଭିତରେ କନ୍ଦଳ ରହିଛି । କେହି କାହାରିକୁ ଉପରକୁ ଉଠିବାକୁ ସୁଯୋଗ  ଦେଉନାହାନ୍ତି । ଯେପର୍ଯ୍ୟନ୍ତ କଂଗ୍ରେସ ନେତା ଶୃଙ୍ଖଳିତ ହୋଇନଥିବେ ସେପର୍ଯ୍ୟନ୍ତ ଦଳ ଆଗକୁ ବଢିପାରିବ ନାହିଁ। ଦଳରେ ପ୍ରଥମେ ଅନୁଶାସନ ଜରୁରୀ ବୋଲି ସେ କହିଥିଲେ।

 

ଓଡ଼ିଶା ଭଳି ରାଜସ୍ଥାନରେ ପାଇଲଟ ଏବଂ ଗେହଲଟ କ୍ୟାମ୍ପ ପରସ୍ପର ବିରୋଧରେ ବୟାନବାଜି କରିବା ଦଳକୁ କ୍ଷତି ପହଞ୍ଚାଇଛି। ଏହାବାଦ ଛତିଶଗଡରେ ଭୂପେଶ ବାଘେଲ ଓ ଟିଏସ ସିଂଦେଓ ଗୋଟିଏ ଦଳର ନେତା ହେଲେ ମଧ୍ୟ ପରସ୍ପରର ପରିପୂରକ । ଏପରି ସ୍ଥିତିରେ ଉଭୟ ସମାନ୍ତରଳ ଭାବେ କାର୍ଯ୍ୟ କରିବା ବିରୋଧୀ ବିଜେପିକୁ ବେଶ ସୁହାଉଛି।

Leave A Reply

Your email address will not be published.