କୋଲକାତା: ଶନିବାର ରାତିରେ ନାକାଶିପଡ଼ା ଅଣ୍ଡରପାସ୍ ନିକଟରେ ନାଦିଆ ଜିଲ୍ଲା କଂଗ୍ରେସ ଉପାଧ୍ୟକ୍ଷ ଅନିସୁର ରହମାନ ଏବଂ ତାଙ୍କ ପୁଅ ଅବୁ ସୁଫିଆନ୍ ରହମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବାପା ଏବଂ ପୁଅ ସେମାନଙ୍କ କାରରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।ଅନେକ ଗୁଳି ବାଜିଥିବା ଗାଡ଼ିକୁ ପୋଲିସ ଜବତ କରିଛି।ପଶ୍ଚିମବଙ୍ଗର ନାକାଶିପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ସମୟରେ ବିରୋଧୀ ଦଳ ନେତାମାନେ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନାଦିଆର ନାକାଶିପଡ଼ାରେ କଂଗ୍ରେସ ନେତା ଅନିସୁର ରହମାନ ଏବଂ ତାଙ୍କ ପୁଅଙ୍କ ହତ୍ୟା ସମ୍ପର୍କରେ ସିପିଆଇ(ଏମ୍) ନେତା ମୀନାକ୍ଷୀ ମୁଖାର୍ଜୀ କହିଛନ୍ତି, “ସାମଗ୍ରିକ ଭାବରେ, ପଶ୍ଚିମବଙ୍ଗର ପରିସ୍ଥିତି ବଦଳି ନାହିଁ। ମାତ୍ର ତିନି ମାସ ପୂର୍ବରୁ ଏକ ଦଳ ସରକାର ଗଠନ କରିଥିଲା। ତଥାପି ପଶ୍ଚିମବଙ୍ଗ ହତ୍ୟା, ଦାଦାବଟି, ସାଧାରଣ ଲୋକଙ୍କ ସମସ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର, ଲାଞ୍ଚ ଭଳି ସମସ୍ୟାରୁ ରୁ ମୁକ୍ତ ହୋଇନାହିଁ। ଏହି ବିଷୟଗୁଡ଼ିକ ଚିନ୍ତାର କାରଣ ପାଲଟିଛି। ଲୋକ ମାନେ ଗୋଟିଏ ଦଳକୁ ଅନ୍ୟ ଏକ ଦଳ ଦ୍ୱାରା ବଦଳ କରିଥିଲେ।ଯେଉଁମାନେ ସମାନ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ରାଜ୍ୟ ପରିଚାଳନା ପାଇଁ ଆହୁରି ବିପଜ୍ଜନକ ଏବଂ ଅହଂକାରୀ ଆଭିମୁଖ୍ୟ ଗ୍ରହଣ କରୁଛି।”
