Latest Odisha News

ଘରକୁ ଫେରୁଥିଲେ RI…ହାଣିଦେଲେ ଦୁର୍ବୃତ୍ତ

ପିପିଲି: ଦୁର୍ବୃତ୍ତମାନେ ରାଜସ୍ବନିରୀକ୍ଷକଙ୍କୁ ବିଳମ୍ବିତ ରାତିରେ ହାଣିଲେ । ବିଳମ୍ବିତ ରାତିରେ ପିପିଲି ବ୍ଲକ୍ ମାଟିଆପଡ଼ା RI ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ।

ଜମିଜମା ଘଟଣାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ପିପିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.