Latest Odisha News

ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ‌ ବିଧାୟକ ଦେଲେ ୧ କୋଟି ୨୧ ଲକ୍ଷ ଟଙ୍କା

ରାୟବରେଲି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାରିଆଡ଼ୁ ଭକ୍ତମାନେ ବହୁଳମାତ୍ରାରେ ଦାନ କରୁଛନ୍ତି । ବିଧାନ ପରିଷଦର ସଦସ୍ୟ ଦିନେଶ ସିଂ ଏବଂ କଂଗ୍ରେସର ବାଗି ବିଧାୟକ ରାକେଶ ସିଂ ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟକୁ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ସେ ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କୁ ଦେଇଛନ୍ତି । 

ଦିନେଶ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି, କଂଗ୍ରେସ ପାର୍ଟି ସର୍ବଦା ରାମ ମନ୍ଦିର ମୁଦ୍ଦାକୁ ନେଇ ଆପେକ୍ଷା କରିଥିଲା । ଏହା ଜଣେ ସାଧାରଣ ଲୋକ ପାଇଁ ଭାବର ମୁଦ୍ଦା ରହିଥିଲା । ଏଥିସହିତ ସେ କହିଛନ୍ତି, ଆତ୍ମାକୁ ଶାନ୍ତି ରଖିବା ପାଇଁ ଆମେ ନିଜେ ରାମ ମନ୍ଦିର ନିର୍ମାଣର ଦାୟିତ୍ୱ ନେଉଛୁ ।

ଏହା ପୂର୍ବରୁ ରାୟବରେଲି ସୋରେନିର ପୂର୍ବ ବିଧାୟକ ଏକ କୋଟି ୧୧ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି ଏବଂ ରାୟବରେଲିର ସଦରରୁ କଂଗ୍ରେସ ବିଧାୟକ ଅଦିତି ସିଂ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଟ୍ରଷ୍ଟର ମହାସଚିବ ଚମ୍ପତ୍ତି ରାୟ ମନ୍ଦିର ୩ ବର୍ଷ ମଧ୍ୟରେ ଲୋକମାନେ ଦେଖି ପାରିବେ ବୋଲି କହିବା ସହିତ ସାରା ଦେଶ ନିଜ ନିଜ ସ୍ଥାନରେ ଦେବାଦେବୀ ମନ୍ଦିରର ସୁରକ୍ଷା କରିବା ଅଯୋଧ୍ୟାରୁ ଶିଖିଥିବା ସେ କହିଛନ୍ତି । ରାମ ମନ୍ଦିର ନିର୍ମାଣରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । 

Leave A Reply

Your email address will not be published.