Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ ପରେ ଅଷ୍ଟ୍ରେଲିଆ ଗସ୍ତରେ କେତେଗୁଡିଏ ମ୍ୟାଚ ଖେଳି ନ ଥିଲେ । ଖେଳାଳିମାନଙ୍କୁ ଫିଟ ରଖିବା ପାଇଁ ବିସିସିଆଇ ସେମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି ।

ଚଳିତ ଟେଷ୍ଟ ସିରିଜ ପରେ ଭାରତ-ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ଦିନିକିଆ ସିରିଜ ପୁଣେରେ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ଯଶପ୍ରୀତ ବୁମରାହଙ୍କୁ ୪ର୍ଥ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ଅନ୍ତିମ ଟେଷ୍ଟ ମାର୍ଚ୍ଚ ୪ରୁ ଅହମ୍ମଦାବାଦରେ ଖେଳାଯିବ ।

Leave A Reply

Your email address will not be published.