Latest Odisha News

BREAKING NEWS

ରଦ୍ଦ ହେଲା ରାହୁଲଙ୍କ ସାଂସଦ ପଦ

 

ନୂଆଦିଲ୍ଲୀ: ରଦ୍ଦ ହେଲା ରାହୁଲଙ୍କ ଲୋକସଭା ସାଂସଦ ପଦ ।  କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ କରାଯାଇଛି ।  ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି  ।  କାଲି ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ ।

ସୂଚନାଥାଉ କି, ମୋଦି ଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ   ଗୁଜରାଟ ସୁରତର ଏକ କୋର୍ଟ  ରାହୁଲଙ୍କୁ  ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ଜେଲ୍ ଦଣ୍ଡ ହେବାର ମାତ୍ର ୨ ମିନିଟ ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଥିଲା ।ରାହୁଲଙ୍କ ଉପରେ ଆଇପିସି ଧାରା ୫୦୪ ଲାଗିଥିଲା। ଯେଉଁଥିରେ ସର୍ବାଧିକ ଦଣ୍ଡ ୨ ବର୍ଷ ଜେଲ୍ ଦଣ୍ଡ ରହିଛି।

ତେବେ ଏହି ମାମଲା ପରେ ରହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ପ୍ରଶ୍ନ ଉଠିଥିଲା । ଦିନକ ପରେ ଏହି ସଂଶୟ ଦୂର ହୋଇଯାଇଛି । ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ରାହୁଲଙ୍କ ସଂସଦ ପଦ ରଦ୍ଦ କରାଯାଇଥିବା ସ୍ପଷ୍ଟ କରାଯାଇଛି ।

ଏଠି ମନେ ପକାଇ ଦେବୁ,  ୨୦୧୯ ଲୋକସଭା ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ସମ୍ବୋଧନ କରି ନିରବ ମୋଦୀ, ଲଳିତ ମୋଦୀଙ୍କ ଦୁର୍ନୀତି ବିଷୟରେ କହିବାକୁ ଯାଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କେମିତି ରହୁଛି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ ତଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା। ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଦାୟକ ପୁର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମମଲା କରିଥିଲେ।

 

 

Leave A Reply

Your email address will not be published.