Latest Odisha News

BREAKING NEWS

‘ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦାରକାର’

ନୂଆଦିଲ୍ଳୀ: ଜିଡିପି ଅଭିବୃଦ୍ଧି ହ୍ରାସ ଓ ବେରୋଜଗାରିକୁ ନେଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୀର୍ଘ ସମୟ ଧରି ଅଟକି ରହିଥିବା ଏସଏସସି ଓ ରେଲଓ୍ଵେ ପରୀକ୍ଷାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯୁବ ବର୍ଗଙ୍କୁ ଭାଷଣ ନୁହେଁ ଚାକିରି ଦରକାର।

ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ମେଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏସଏସସି ଓ ରେଲଓ୍ଵେ ଅନେକ ଗୁଡାଏ ପରୀକ୍ଷାର ଫଳ ଘୋଷଣା ନକରି ବର୍ଷ ବର୍ଷ ଧରି ଅଟକାଇ ରଖାଯାଇଛି। କାହାର ରେଜଲ୍ଟ ଅଟକି ରହିଛି ତ ଆଉ କାହାର ପରୀକ୍ଷା ଅଟକି ରହିଛି। ଆଉ କେତେ ଦିନ ସରକାର ଯୁବକଙ୍କ ଧୈର‌୍ୟ୍ୟର ପରୀକ୍ଷା ନେବେ। ଯୁବ ବର୍ଗଙ୍କ କଥା ଶୁଣିବା ଦରକାର। ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦରକାର।

ଅନ୍ୟପଟେ ହ୍ରାସ ହୋଇଥିବା ଜିଡିପି ଉପରେ ଆଜି ମଧ୍ୟ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି ଆଜିଠୁ ୬ ମାସ ପୂର୍ବେ ରାହୁଲ ଗାନ୍ଧୀ ଆର୍ଥିକ ସୁନାମୀ ଆସିବା କଥା କହିଥିଲେ। କରୋନା ସଙ୍କଟ ସମୟରେ ହାତୀର ଦାନ୍ତ ଦେଖାଇବା ପରି ଏକ ପ୍ୟାକେଜ୍ ଘୋଷଣା ହେଲା। ମାତ୍ର ଆଜି ଦେଶର ଅବସ୍ଥା ଦେଖନ୍ତୁ। ଜିଡିପି ୨୩.୦୯ ପ୍ରତିଶତ ତଳକୁ ଖସିଛି। ବିଜେପି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ବୁଡାଇ ଦେଇଛନ୍ତି।

Leave A Reply

Your email address will not be published.